ସତ୍ୟଶିଖା( କଟକ )୧୨.୦୪.୨୦୨୨ : କଟକ ଜିଲା ମାହାଙ୍ଗା ଥାନା କୁସୁପୁରରେ ଗଣ ହତ୍ୟା ହୋଇଛି। ଜମିବାଡି ବିବାଦକୁ କେନ୍ଦ୍ର କରି ବଡ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ। ବଡ ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଶିବ ପ୍ରସାଦ ସାହୁ ନାମକ ବ୍ୟକ୍ତି ନିଜ ବଡ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀକୁ ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଥାନାରେ ଆତ୍ମସମର୍ପଣ କରିବା ସହ ହତ୍ୟା କରିଥିବା ନେଇ ଶିବ ପ୍ରସାଦ ସାହୁ ସ୍ୱୀକାର କରିଛି। ବନ୍ଦ ଘରର କୋଠରୀ ଖୋଲି ପୁଲିସ ମୃତଦେହ ଜବତ କରିବା ସହ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଜମିବାଡି ବିବାଦକୁ କେନ୍ଦ୍ର କରି ବଡ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ
