ସତ୍ୟଶିଖା (ବୈଶାଳୀ) ୧୬/୧୧/୨୦୨୦ : ବିହାରର ବୈଶାଳୀରେ ଯୁବତୀଙ୍କୁ ଜୀବନ୍ତ ପୋଡ଼ିଦେବାର ୧୫ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ୧୫ଦିନ ପରେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇ ନାହିଁ । ଏଥିରେ ଉତ୍ତ୍ୟକ୍ତ ଲୋକେ ରବିବାର ବିଳମ୍ବିତ ରାତିରେ ବିକ୍ଷୋଭ କରିଥିଲେ । ପୋଲିସ୍ ଆସିବା ପରେ ବିଳମ୍ବିତ ରାତିରେ ଯୁବତୀଙ୍କ ଅନ୍ତିମ ସଂସ୍କାର କରି ଦିଆଯାଇଥିଲା ।
ଯୁବତୀଙ୍କୁ ଜୀବନ୍ତ ଜଳାଇ ଦେଇଥିଲା ଅଭିଯୁକ୍ତ
