ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ସେଲ୍‌ଫି ନେବା ବେଳେ ଖସି ପଡିଲେ ଯୁବତୀ

ସତ୍ୟଶିଖା ୦୪/୦୧/୨୦୨୧ : ମାତ୍ର କିଛି ଘଣ୍ଟାରେ ଫସର ଫାଟିଗଲା ସବୁ ଖୁସି । ବହୁତ ଖୁସି ଥିଲେ। ପରିବାର ସହ ଭୋଜି-ଭାତ କରି ନୂଆବର୍ଷ ସେଲିବ୍ରେସନ କରିବେ । ହେଲେ ଭାଗ୍ୟର ବିଡମ୍ବନା ସାଙ୍ଗରେ ପରିବାର ଥିଲେ । ଖୁସିରେ ଝିଅ ସେଲ୍‌ଫି ନେବା ବେଳେ ନଦୀରେ ଖସି ପଡିଲେ । ପରିବାର ଲୋକେ ଝିଅକୁ ଖୋଜି ଖୋଜି ବେଦମ । ହେଲେ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳୁ ନାହିଁ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମସ୍ଥିତ ଇବ୍ ନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି ।

୨୭ ବର୍ଷୀୟ ଅନୁପମା ପ୍ରଜାପତି ପରିବାର ସହ ବଣ ଭୋଜି କରିବାକୁ ଯାଇଥିଲେ।ସେମାନଙ୍କ ସାଙ୍ଗରେ ଅନ୍ୟ କେତେଜଣ ଯୁବତୀ ମଧ୍ୟ ବଣ ଭୋଜିରେ ସାମିଲ ହୋଇଥିଲେ ।  ସେ ବି ନିଜ ପରିବାର ସହ ସେଠାକୁ ଯାଇଥିଲେ । ରୋଷେଇ ଆରମ୍ଭ ହୋଇଥିଲା । ଅନୁପମା ଏବଂ ତାଙ୍କ ସାଙ୍ଗମାନେ ମିଶି ନଦୀରେ ଥିବା ସାତ ବଖରା ଦେଖିବାକୁ ଯାଇଥିଲେ । ସେଠାରେ ଅନୁପମା ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ସମୟରେ ଅସାବଧାନତା ଯୋଗୁ ନଦୀ ଭିିତରକୁ ଖସି ପଡ଼ିଥିଲେ । ଦେଖୁ ଦେଖୁ ଗଭୀର ଜଳ ଭିତରେ ସେ ନିଖୋଜ ହୋଇ ଯାଇଥିଲେ । ଏହି ଖବର ମିଳିବା ପରେ ବାପା, ମା’ ଓ ସାଙ୍ଗ ସାଥୀମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ ।

ସେହି ସ୍ଥାନରେ କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା । ଏ ନେଇ ବାଲିଶଙ୍କରା ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଅନୁପମାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଆସନ୍ତା ଫେବ୍ରୁଆରୀ ମାସ ୧୬ ତାରିଖରେ ତାଙ୍କର ବିବାହ ଝାଡଖଣ୍ଡ ରାଜ୍ୟ ସୀମଡେଗା ଜିଲ୍ଲାରେ ହୋଇଥାନ୍ତା ।

Show More
Back to top button