ସ୍କୁଟି ସହିତ ଜୀବନ୍ତ ଜଳିଗଲେ ଯୁବକ, ସାଙ୍ଗଠୁ ମାଗି କି ନେଇଥିଲେ ଗାଡି l


ସତ୍ୟଶିଖା (ସିକର) ୧୯ .୦୯.୨୦୨୦ : ରାଜସ୍ଥାନର ସିକର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସିକର ଜିଲ୍ଲାର ପିପରାଲିର ପଲାସିଆ ଗ୍ରାମରେ ଜଣେ ଯୁବକ ସ୍କୁଟି ସହିତ ଜୀବନ୍ତ ଜଳିଯିବା ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଶୁକ୍ରବାର ବିଳମ୍ବିତ ରାତ୍ରିରେ ପଲାସିଆ ଷ୍ଟାଣ୍ଡ ନିକଟରେ ଘଟିଛି। ପୋଲିସକୁ ରାତି ପ୍ରାୟ ୧ଟାରେ ଘଟଣା ବିଷୟରେ ସୂଚନା ମିଳିଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଯୁବକ ଓ ସ୍କୁଟି ଉଭୟ ହୁତୁ ହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ପୋଲିସ ନିଆଁକୁ ଆୟତ୍ତ କରିବା ସହିତ ଶବ ଓ ସ୍କୁଟିକୁ ନିଜ କବ୍ଜାକୁ ନେଇଛି । ଏହା ପରେ ଶବକୁ ହସ୍ପିଟାଲର ଶବାଗାରରେ ରଖାଯାଇଛି ।
ବର୍ତ୍ତମାନ ପୋଲିସ ମୃତକଙ୍କ ପରିଚୟ ସୁନିଶ୍ଚିତ କରିବାକୁ ପରିବାର ଲୋକଙ୍କ ଅପେକ୍ଷାରେ ରହିଛି । ଏହା ସହିତ ତହ୍ୟା ଆଶଙ୍କା କରି ତଦନ୍ତ ଆରମ୍ଭ ହୋଇ ଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଯୁବକଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଜଣା ପଡିଛି ।