ସତ୍ୟଶିଖା( ସାଲେପୁର )୨୫.୦୬. ୨୦୨୨ : ଗତ ଗୁରୁବାର କଟକ କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଯୁବକ ଗୁଣନିଧି ବିଶୋୟୀ ଗତକାଲି ଆଖି ବୁଜିଛନ୍ତି। ଗୁଣନିଧିଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିଲା। କଟକର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରି ସେ ଆଖି ବୁଜିଛନ୍ତି।
ଗୁଣନିଧିଙ୍କର ନିଜ ପୁତୁରା ସାଗର ବିଶୋୟୀଙ୍କ ସହ ଜମିବାଡ଼ି ବିବାଦ ଚାଲିଥିବା ବେଳେ ଏ ନେଇ ସେ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେଉଥିଲେ ଗୁଣନିଧି। ଗତ ଗୁରୁବାର ମଧ୍ୟ ସେ ଥାନାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ନିକଟରୁ କୌଣସି ସହଯୋଗ ପାଇ ନ ଥିଲେ। ଏହାପରେ ବାହାରକୁ ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି।
-
ଆଜି ବିଶ୍ୱ ଯୋଗ ଦିବସ । -
ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । -
ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । -
ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଛି ସ୍କୁଲ । -
ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । -
ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ସେଥିପାଇଁ ଇରାନ ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ l -
ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍ବାହିନୀ । -
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯିବେ । -
ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଷ୍ଟେସନର ଫଟୋ, ଭିଡିଓ ଉଠାଇବାରେ କଟକଣା ଜାରି କରାଯାଇଛି l -
ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ ।