ଅପରାଧରାଜ୍ୟ

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ସତ୍ୟଶିଖା(ଅନୁଗୁଳ )୪.୦୯ .୨୦୨୧:  ସାମାନ୍ୟ ବଚସାରୁ ବିଚ ରାସ୍ତାରେ ଯୁବକଙ୍କୁ  ପିଟି  ପିଟି ହତ୍ୟା ଅଭିଯୋଗ । ଏଭଳି ଲୋମଟାଙ୍କୁରା  ଘଟଣା  ଘଟିଛି ଅନୁଗୁଳ  ଜିଲ୍ଲାରେ  । ମୃତକ ହେଉଛନ୍ତି ସୁଭାଶିଷ ମହାପାତ୍ର ।

ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁର କରମଙ୍ଗା  ସାହିରେ ଶୁଭାଶିଷ  ଓ ମନୋରଞ୍ଜନ  ଦୋରା ନାମକ ଜଣେ ଯୁବକଙ୍କ ସହ କୌଣସି କାରଣକୁ ନେଇ ପ୍ରଥମେ ବଚସା ହୋଇଥିଲା  ।  ଏହାପରେ ମନୋରଞ୍ଜନ ସୁଭାସିସଙ୍କ ମୁଣ୍ଡକୁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ସୁଭାଶିଷଙ୍କର ପ୍ରବଳ  ରକ୍ତସ୍ରାବ ଯୋଗୁଁ ସେ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏହାପରେ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଭାଶିଷଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲା ।

ସୁଭାଶିଷଙ୍କୁ  ତୁରନ୍ତ ଅନୁଗୁଳ  ମେଡିକାଲ ନିଆଯାଇଥିଲା ।  ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କ ବାପା ଓ ଭାଇଙ୍କୁ ବନ୍ତଳା ପୋଲିସ ଅଟକ ରଖିଛି ।

Show More
Back to top button