ଖେଳମନୋରଞ୍ଜନରାଜ୍ୟ

ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ରାଉରକେଲାରେ ହେବ

ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : ପୁଣି ଥରେ ଆୟୋଜନ ହେବ ହକି ବିଶ୍ୱକପ୍‌ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଏହାକୁ ଦୃଷ୍ଟିରେ ରଖି ରାଉରକେଲାରେ ନିର୍ମାଣ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଯେଉଁଠି ଖେଳାଯିବ ଆଗାମୀ ହକି ବିଶ୍ୱକପ । ଏହା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଉରକେଲାର ବିପିୟୁଟି କ୍ୟାମ୍ପସରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ । ପ୍ରାୟ ୧୫ ଏକର ଜାଗାରେ ନିର୍ମାଣ ହେବ ଷ୍ଟାଡିୟମ । ଏଥିରେ ପ୍ରାୟ ୨୦ହଜାର ଦର୍ଶକ ଏକା ସାଙ୍ଗେ ବସି ମ୍ୟାତ୍‌ ଦେଖିବାର ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ ହେବାକୁ ଥିବା ୨୦୨୩ ହକି ବିଶ୍ୱକପ୍‌ ଖେଳାଯିବ । ଏହାସହିତ ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ରେ ସିନ୍ଥେଟିକ୍ ଟର୍ଫ କାମ ଚାଲିଛି ।୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ର ସଫଳତାର ସହ ଆୟୋଜନ ପରେ ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍‌’ ଆୟୋଜନ କରିବାକୁ ଓଡିଶାକୁ ପୁଣିଥରେ ସୁଯୋଗ ମିଳିଛି । ସୁନ୍ଦରଗଡ଼ ହକିର ଗଡ ବୋଲି କୁହାଯାଏ । ଖାସ୍‌କରି ଏହି ଜିଲ୍ଲାରୁ ଅନେକ ପ୍ରତିଭାମାନ ହକି ଖେଳାଳି ସୃଷ୍ଟି କରିଛନ୍ତି । ତେଣୁ ଆଗାମୀ ଦିନରେ ଏହି ଜିଲ୍ଲାରେ କିପରି ହକିର ବିକାଶ ହେବ, ସେନେଇ ରାଜ୍ୟ ସରକାର ଅନେକ ଘୋଷଣା କରିଛନ୍ତି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ଘୋଷଣା କରିଛନ୍ତି । ରାଉରକେଲାରେ ପ୍ରସ୍ତୁତ ହେବ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ । ଯାହାକି ୧୫ ଏକର ଜାଗାରେ ନିର୍ମାଣ ହେବ, ଏଥିରେ ପ୍ରାୟ୨୦ହଜାର ଲୋକ ଏକାସାଙ୍ଗେ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ ।

Show More
Back to top button