ଖେଳନ୍ୟୁଜ୍

ବିଶ୍ବକୁ ମିଳିବ ନୂଆ ଚେସ୍‌ ଗ୍ରାଣ୍ଡମାଷ୍ଟର ।

ସତ୍ୟଶିଖା ୨୫/୦୭/୨୦୨୫: ପ୍ରଥମ ଥର ୨ଜଣ ଭାରତୀୟଙ୍କ ମଧ୍ୟରେ ଟ୍ରଫି ପାଇଁ ହେବ ଜୋରଦାର ଲଢ଼େଇ । ଡବ୍ଲ୍ୟୁଜିଏମ୍‌ କୋନେରୁ ହମ୍ପି ଓ ଆଇଏମ୍‌ ଦିବ୍ୟା ଦେଶମୁଖ ଟାଇଟଲ ଲଢ଼େଇକୁ ଓହ୍ଲାଇବେ । ଏଥିସହ ବିଶ୍ବକୁ ମିଳିବ ନୂଆ ବିଶ୍ୱ ଚାମ୍ପିଅନ୍‌ ।ଦ୍ୱିତୀୟ ସେମି ଫାଇନାଲ୍‌ରେ ହମ୍ପି ଟାଇବ୍ରେକ୍‌ରେ ଚୀନ ତାରକା ଲି ଟିଙ୍ଗ୍‌ଜିଙ୍କୁ ୫-୩ରେ ହରାଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ବିଜୟ ସହ ସେ ଆଗାମୀ ୨୦୨୬ କ୍ୟାଣ୍ଡିଡେଟ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ହମ୍ପି-ଟିଙ୍ଗ୍‌ଜିଙ୍କ ମଧ୍ୟରେ ସେମି ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ କ୍ଲାସିକାଲର ୨ଟି ଯାକ ଡ୍ର’ ରହିଥିଲା । ଏହାପରେ ଟାଇବ୍ରେକରେ ମଧ୍ୟ ଉଭୟ ୨ଟି ଯାକ ବାଜିରେ ପଏଣ୍ଟ ଭାଗ କରିଥିଲେ । ସ୍ଥିତି ୨-୨ରେ ବରାବର ରହିଥିଲା । ଆଜି ର‌୍ୟାପିଡ୍‌ ଓ ବ୍ଲିଜ୍‌ରେ ପ୍ରତିଯୋଗିତା ହୋଇଥିଲା । ଟିଙ୍ଗ୍‌ଜି ର‌୍ୟାପିଡ୍‌ର ପ୍ରଥମ ଗେମ୍‌ ଜିତି ଆଗେଇଥିଲେ । ମାତ୍ର ହମ୍ପି ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ପରବର୍ତ୍ତୀ ଗେମ୍‌ ଜିତିବା ସହ ସ୍ଥିତି ୩-୩ରେ ବରାବର କରିଥିଲେ । ଏହାପରେ ବ୍ଲିଜ୍‌ରେ ହମ୍ପି ଅବିଶ୍ୱସନୀୟ ଖେଳ ପ୍ରଦର୍ଶନ କରିବା ସହ ଉଭୟ ଗେମ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲେ ।

Show More
Back to top button