ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : ଫାଇଜର୍ ଓ ବାୟୋଏନଟେକର କରୋନା ଭାକସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ପ୍ରଦାନ କରିଛି । ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଭାରତରେ ମଧ୍ୟ ଶୁକ୍ରବାର ଅକ୍ସଫୋର୍ଡ ଭାକସିନକୁ ମଞ୍ଜୁରୀ ମିଳିପାରେ । ଏନେଇ ଶୁକ୍ରବାର ଏକ ବୈଠକ ବସିବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ ପରେ ଫାଇଜର ଭାକସିନର ବ୍ୟବହାର ରାସ୍ତା ଖୋଲିଯାଇଛି । ଏହାସହ ଗରିବ ଦେଶ କିପରି ଭାବେ ଭାକସିନ୍ ପାଇପାରିବେ ସେନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଫାଇଜର୍ ଟିକାକୁ ମଞ୍ଜୁରୀ ପ୍ରଦାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
