ସତ୍ୟଶିଖା ୨୨.୦୯.୨୦୨୦ : ଦେଶରେ କରୋନା ସଂକ୍ରମଣ ମାମଲା ୫୪.୮୮ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬ ହଜାର ୯୬୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୧୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେବେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୫୪ ଲକ୍ଷ ୮୭ ହଜାର ୫୮୦ ଥିବାବେଳେ ୮୭ ହଜାର ୮୮୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏଯାବତ୍ ୪୩ ଲକ୍ଷ ୯୬ ହଜାର ୩୯୯ ଜଣ କରୋନାରୁ ସୁସ୍ଥ ହେଲେଣି । ଏଥିସହ ଦେଶରେ ଆରୋଗ୍ୟ ହାର ୮୦.୧୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ କରୋନା ମୃତ୍ୟୁହାର ୧.୬ ପ୍ରତିଶତକୁ କମିଯାଇଛି । ୧୦ ଲକ୍ଷ ୩ ହଜାର ୨୯୯ ସକ୍ରିୟ ମାମଲା ରହିଛି ।
ବିଶ୍ୱରେ କରୋନା ଜନିତ ସୁସ୍ଥ ହାର ଭାରତରେ ଅଧିକ l
