ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ବୌଦ୍ଧ ବନଖଣ୍ଡରୁ ପୁରୀ ଅଭିମୁଖେ ବାହାରିଲା ରଥ କାଠ।

ସତ୍ୟଶିଖା :୨୮/୦୪/୨୦୨୫: ପ୍ରଥମ ପର୍ଯ୍ୟାୟରେ ୨୦ ଖଣ୍ଡ କାଠ ପଠାଇଲା ବୌଦ୍ଧ ବନବିଭାଗ। ୧୨ ଖଣ୍ଡ ଧଉରା, ୮ ଖଣ୍ଡ ଆସନ କାଠ ପୁରୀ ଅଭିମୁଖେ ବାହାରିଲା । ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲ୍ଲାପାଳ । ଆଗାମୀ ଦିନରେ ଆହୁରି ଅଧିକ କାଠ ପଠାଇବା ସୂଚନା ଦେଲା ବନବିଭାଗ।

କଣ୍ଟାମାଳ ବନବିଭାଗ ଅଞ୍ଚଳରୁ ୪୦ ଫୁଟର କାଠ କଟାଯାଇ ଏକ ଟ୍ରକ୍ ଯୋଗେ ୨୦ ଖଣ୍ଡ କାଠ ଆଜି ପୁରୀ ଅଭିମୁଖେ ବାହାରିଥିବା ବେଳେ ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପୂଜାର୍ଚ୍ଚନା କରାଯାଇ ଏହାକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା। ତେବେ ୧୦୦ ଖଣ୍ଡ କାଠ କଟାଯାଇ ଟ୍ରକରେ ଲୋଡ଼ିଂ କରାଯାଉଥିବା ବେଳେ ବହୁ ଶୀଘ୍ର ଏହି କାଠକୁ ପୁରୀ ଅଭିମୁଖେ ପଠାଯିବ ବୋଲି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି।

 

Exit mobile version