ଘରର ମହିଳାମାନେ ସକାଳେ କରନ୍ତୁ ଏହି ସବୁ କାମ : ଖୋଲିଯିବ ଆପଣଙ୍କ ଭାଗ୍ୟ l


ସତ୍ୟଶିଖା ୧୬ .୦୯.୨୦୨୦ : ଅନେକ ଥର ଆମ ଦ୍ୱାରା କରାଯାଇଥିବା ଏପରି କାମ ବାସ୍ତୁଦୋଷ ଉତ୍ପନ୍ନ କରିବାର କାରଣ ହୋଇଥାଏ । ଏହା କାରଣରୁ ଧନ ଦେବୀ କୋପ କରିଥାନ୍ତି । ଫଳରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ସହିତ ଘରର ବାତାବରଣରେ ନକରାତ୍ମକତା ଛାଇ ଯିବା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହେବା ସହ ଧନ ଯୋଗାଡ଼ କରିବାରେ ସମସ୍ୟା ହୋଇଥାଏ । ଏପରି କ୍ଷେତ୍ରରେ ଘରର ମହିଳା ଯଦି ସକାଳେ ଉଠି କିଛି ଉପାୟ କଲେ ଘରର ବାସ୍ତୁ ଠିକ୍ ହେବାରେ ସାହାଯ୍ୟ ମିଳିଥାଏ । ଏହା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ଵlମୀଙ୍କ ଚାକିରୀ ଏବଂ ବ୍ୟବସାୟରେ ପ୍ରତିଷ୍ଠା ମିଳିଥାଏ । ଆସନ୍ତୁ ଜାଣିବା ସେହି ସରଳ ଉପାୟ ବିଷୟରେ …
ଘର ସଫା : ଘର ସଫା ନକରିବା ଦ୍ୱାରା ଧନ ଦେବୀ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରି କ୍ଷେତ୍ରରେ ଚାକିରୀ ଏବଂ ବ୍ୟବସାୟ ସହ ଜଡ଼ିତ ସମସ୍ୟା ହୋଇପାରେ । ଏଥିପାଇଁ ଘରର ସ୍ଵଚ୍ଛତା ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଘର ସଫା ରହିବା ଦ୍ୱାରା ଘରର ମାହୋଲ୍ ମଧ୍ୟ ସକରାତ୍ମକ ହୋଇଥାଏ ।
ତୁଳସୀ ଗଛରେ ପାଣି ଦେବା : ସକାଳେ ଶୀଘ୍ର ଉଠି ତୁଳସୀ ଗଛରେ ପାଣି ଦିଅନ୍ତୁ । ଏହା ଦ୍ୱାରା ଘରେ ନକରାତ୍ମକତା ଦୂର ହୋଇଥାଏ । ଘରର ବାତାବରଣ ମଧ୍ୟ ଖୁସିରେ ଭରି ଯାଇଥାଏ । ମା ଲକ୍ଷ୍ମୀ ଘରେ ବାସ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ।
ପୂଜା-ପାଠ : ପ୍ରତିଦିନ ସକାଳେ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ । ଏହା ପରେ ଘର ପାଖରେ ମନ୍ଦିର କିମ୍ବା ପୂଜାଘରେ ଘିଅର ଦୀପ ଜଳାଇ ଭଗବାନଙ୍କ ପୂଜା ଏବଂ ଭକ୍ତି କରନ୍ତୁ । ଏହା ଦ୍ୱାରା ଘର ପରିବାରର ସଦସ୍ୟଙ୍କଠାରେ ଦେବୀ-ଦେବତାଙ୍କର କୃପା ବଜାୟ ରହିବ । ଏହା ସହିତ ଏକାଗ୍ରତା ଶକ୍ତି ବଢ଼ିବ । ଏହା ଦ୍ୱାରା ଶାରିରୀକ,ମାନସିକ ଏବଂ ଆର୍ଥିକ ଭାବେ ବିକାଶ ହେବ । ପୂଜା କରିବା ସହିତ ଗୋଟିଏ କର୍ପୂରକୁ ଜଳାନ୍ତୁ । ଏହା ଦ୍ୱାରା ଘରେ ବ୍ୟାପିଥିବା ନକରାତ୍ମକ ଉର୍ଜା ସକରାତ୍ମକରେ ପରିବର୍ତ୍ତନ ହୋଇଥାଏ ।
ମୁଖ୍ୟ ଦ୍ୱାରରେ ସ୍ଵସ୍ତିକ : ଘରର ମହିଳାଙ୍କୁ ପ୍ରତିଦିନ ସକାଳେ ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂର ଏବଂ ଘିଅକୁ ମିଶାଇ ଗଣେଶଙ୍କ ଚିହ୍ନ ଅର୍ଥାତ୍ ସ୍ଵସ୍ତିକ କରିବା ଉଚିତ୍ । ଏହା ଦ୍ୱାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ । ଏହା ସହିତ ଆନନ୍ଦମୟ ବାତାବରଣ ସୃଷ୍ଟି ହେବ । ଅନ୍ନ ଏବଂ ଧନର ସମସ୍ୟା ଦୂର ହୋଇଥାଏ ।
ଗଙ୍ଗା ଜଳ ସିଞ୍ଚନ : ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରତିଦିନ ପୂଜାର ଗଙ୍ଗା ଜଳ ସିଞ୍ଚନ କରିବା ଉଚିତ୍ । ଏହା ଦ୍ୱାରା ଘରେ ଥିବା ନକରାତ୍ମକ ଉର୍ଜା ଦୂର ହେବା ସହ ଘରେ ଆନନ୍ଦମୟ ବାତାବରଣ ରହିଥାଏ ।