ସତ୍ୟଶିଖା (ଡେରାଡୁନ) ୦୩/୧୦/୨୦୨୦ : ଉତ୍ତରାଖଣ୍ଡ ବିଜେପି ବିଧାୟକ ମହେଶ ନେଗିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା । ମାମଲାର ସିବିଆଇ ତଦନ୍ତ ପାଇଁ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ବିଜେପି ବିଧାୟକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଫଳରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ମହିଳା ଜଣଙ୍କ ବିଜେପି ବିଧାୟକଙ୍କୁ ତାଙ୍କ ନବଜାତ ଶିଶୁର ବାପା ବୋଲି ମଧ୍ୟ କହିଛନ୍ତି ।
ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା
