ସତ୍ୟଶିଖା (ତେଲକୋଇ) ୦୩/୧୦/୨୦୨୦ : ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ ହୋଇଛି । ମୃତ ମହିଳାଙ୍କ ନାମ ଚମ୍ପା ମୁଣ୍ଡା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କନ୍ତଲେଇ ଗାଁର ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ବ କରିଛି । 
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମହିଳାଜଣଙ୍କ ଟ୍ରାକ୍ଟରରେ ବସି ଘରକୁ ଫେରୁଥିଲେ , କିନ୍ତୁ କନ୍ତଲେଇ ଗାଁ ନିକଟରେ ଟ୍ରାକ୍ଟରର ମଝି ଚକା ଖାଲରେ ପଡିଯିବାରୁ ମହିଳା ଜଣଙ୍କ ଛିଟିକି ପଡିଥିଲେ । ଯାହାଫଳରେ କି ମହିଳା ଜଣଙ୍କ ଟ୍ରାକ୍ଟର ପଛରେ ଲାଗିଥିବା ଟ୍ରଲି ଚକା ତଳେ ଚାପିହୋଇ ଯାଇଥିଲେ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଡ୍ରାଇଭର ଟ୍ରାକ୍ଟର ନେଇ ଘଟଣାସ୍ଥଳରୁ ଫେରାର ମାରିଛି । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବକୁ ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲରେ ଭର୍ତ୍ତି କରିଛି ।