ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ହରିଆଣାରୁ ଏକ ଅମାନବୀୟତାର କରୁଣ ଚିତ୍ର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଶୌଚାଳୟରେ ବନ୍ଦ ରଖାଯାଇ ଥିଲା । ଏ ନେଇ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ସେ ହିଁ ସମ୍ପୃକ୍ତ ମହିଳାଙ୍କୁ ଶୌଚାଳୟରେ ବନ୍ଦ କରି ରଖିଥିଲେ । ତେବେ ଏ ଘଟଣା ହେଉଛି ହରିଆଣାରୁ ପାନିପତର ସନୋଲି ଇଲାକାର । ଅଭିଯୁକ୍ତ ସ୍ୱାମୀ ତା ସ୍ତ୍ରୀକୁ ମାଡ ମାରୁଥିଲା ଓ ଖାଇବାକୁ ମଧ୍ୟ ଦେଉ ନ ଥିଲା ।
ସ୍ତ୍ରୀକୁ ଶୌଚାଳୟରେ ବନ୍ଦ କରି ରଖିଥିଲା ସ୍ବାମୀ
