ସତ୍ୟଶିଖା (ଭୁବନେଶ୍ୱର )୦୪.୧୧.୨୦୨୩ : ଦୁଃଖ ନାସିନୀ ବିପଦ ଭଞ୍ଜନୀ ମା’ ଦୁର୍ଗା । ମା’ଙ୍କ ଅଲୋକିକ ଶକ୍ତି ବଳରେ ଜଣେ ପରାଲିସସରେ ପୀଡିତ ମହିଳା ସୁସ୍ଥ ହୋଇଛନ୍ତି । ବିଶ୍ୱାସ ହେଉ ନଥିଲେବି ଏହା ସାତ ପ୍ରମାଣିତ କରିଛି, ଖୋଦ ସୁସ୍ଥ ହୋଇଥିବା ମହିଳାଙ୍କ ପ୍ରତିକ୍ରିୟା । ବିଜୟା ଦଶମୀ ଦିନ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ସେହି ବାଟରେ ଯାଉଥିବା ମହିଳା ଜଣଙ୍କ ମା’ଙ୍କ ସରଣରେ ପଶିଥିଲେ । ପରେ ସେ ସୁସ୍ଥ ହୋଇ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ଗୁଣଗାନ କରୁଛନ୍ତି ।
ଏପରି ଘଟଣା ଘଟିଛି ସୋର ପୌରାଞ୍ଚଳ ମୁବାରକପୁର ଦୁର୍ଗାପୂଜା କମିଟିରେ । ମା’ ଦୁର୍ଗାଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର ହୋଇଥିଲା । ସବୁଠି ପୂଜାର୍ଚ୍ଚନାରେ ପ୍ରକମ୍ପିତ ହୋଇଥିଲା ପୁରା ସହର । ଏହାରି ଭିତରେ ଗତ ରବିବାର ଦିନ ନଦୀଗାଁ ପଞ୍ଚାୟତର କୁଡେଇ ଗ୍ରାମର ସଂଜୀବ ବାରିକଙ୍କ ସ୍ତ୍ରୀ କବିତା ବାରିକ ଘର ପାଖ ଟିବେଲରୁ ହାତ ଧୋଇ ଫେରୁଥିବା ବେଳେ ହଠାତ ପଡିଯାଇ ଗୁରୁତର ଆହତ ହୋଇଥିଲେ ।