ଦେଶମନୋରଞ୍ଜନରାଜ୍ୟସିନେମା

ବଲିଉଡରେ ଡେବ୍ୟୁ କଲେ ଓଡିଆ ଅଭିନେତ୍ରୀ ଅପସରା

ସତ୍ୟଶିଖା,ଭୁବନେଶ୍ଵର ( ୦୮.୦୩.୨୦୨୧): ବଲିଉଡରେ ପାଦ ଥାପିଛନ୍ତି ଓଡିଆ ଅଭିନେତ୍ରୀ ଅପସରା ରାନୀ । ମାର୍ଚ୍ଚ ୨୬ରେ ରିଲିଜ ହେବାକୁ  ଯାଉଛି ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ ।   ଅଭିନେତ୍ରୀ  ଅପସରାଙ୍କୁ  ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ  । କୋଭିଡ କଟକଣା କୋହଳ ପରେ  ତେଲୁଗୁ ସୁପର ଷ୍ଟାର ରବି ତେଜାଙ୍କ ଅଭିନୀତ କ୍ରାକ୍ ଚଳଚିତ୍ରରେ ଅପସରାଙ୍କୁ ଏକ  ଆଇଟମ ଡ୍ୟାନ୍ସରେ ଦେଖିବାକୁ ମିଳିଥିଲା । ଯାହାକୁ  ୨କୋଟି ଦର୍ଶକ ସୋସିଆଲ ମିଡିଆରେ ଦେଖି ସାରିଲେଣି ।  ମୁଭି କ୍ରାକ ପ୍ରାୟ ୪୨କୋଟି ଟଙ୍କାର  ବ୍ୟବସାୟ ମଧ୍ୟ କରିଛି, ଯେଉଁଥିରେ ଅପସରାଙ୍କ ଅଭିନୟ ଦେଖିବାକୁ ମିଳିଛି । ରାମ ଗୋପାଳ ବର୍ମାଙ୍କ ଭଳି  ନିର୍ଦ୍ଦେଶକଙ୍କ ବ୍ୟାନରରେ  ଫିଲ୍ମ ପାଇବା  ଅପସରାଙ୍କ ଲାଗି ଆଗକୁ ସୁଯୋଗ ସୃଷ୍ଟି କରିବ।

Show More
Back to top button