ନ୍ୟୁଜ୍ରାଜ୍ୟ

ରୂପାରେ ଝଲସିବ ଶ୍ରୀମନ୍ଦିର ବେଢା ଓ ଭିତରେ ଥିବା ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ବାର

ସତ୍ୟଶିଖା ( ପୁରୀ ) ୨୬ /୧୧ /୨୦୨୧: ଶ୍ରୀମନ୍ଦିର ଭିତରେ ଥିବା ୭ଟି ଦ୍ବାରର ରୂପା ଛାଉଣୀ ସରିଥିବା ବେଳେ ଏବେ ରୂପାରେ ଝଲସିବ ଶ୍ରୀମନ୍ଦିର ବେଢା ଏବଂ ଭିତରେ ଥିବା ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ବାର। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜନୈକ ଦାତା ସୂର୍ଯ୍ୟ ମନ୍ଦିର ଦ୍ବାରର ରୂପା ଛାଉଣୀ ପାଇଁ ପ୍ରାୟ ୧୧୫ କିଲୋ ରୂପା ଦାନ କରିବେ । ବର୍ମାଟିକ କାଠରେ ଏହି ଦ୍ବାର ତିଆରି କରାଯିବା ସହ ରୂପାଛାଉଣୀ ପାଇଁ  ଖର୍ଚ୍ଚ ହେବ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ନିଳାଦ୍ରୀ ଭକ୍ତ ନିବାସରେ ଏହି ଦ୍ବାର ନିର୍ମାଣ କରାଯିବ। ତେବେ ଶ୍ରୀମନ୍ଦିରର ସୈନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ। ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। କଲିକତାର ଜଣେ ଭକ୍ତ ବା ଦାତା ସୂର୍ଯ୍ୟ ମନ୍ଦିର ମୁଖ୍ୟ ଦ୍ବାରର ରୂପା ଛାଉଣୀ ପାଇଁ ଆବଶ୍ୟକୀୟ ରୂପା ଦାନ କରିବେ। ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ବାର ରୂପା ଛାଉଣୀର ଡିଜାଇନ୍ ଏବଂ ନିର୍ମାଣ ଦାୟିତ୍ବ ଏକ ପ୍ରତିଷ୍ଠିତ ଜୁଏଲାରୀ ସଂସ୍ଥାକୁ ଦିଆଯାଇଛି। ଏହି ଦ୍ବାରର ରୂପା ଛାଉଣୀ ପାଇଁ ୧୧୫ କିଲୋ ରୂପା ଲାଗିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିବା ବେଳେ ଏଥିପାଇଁ  ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।

Show More
Back to top button