ନ୍ୟୁଜ୍ରାଜ୍ୟ

ମୁଣ୍ଡଳିରେ କମୁଛି ଜଳସ୍ତର, ତଥାପି ବିପଦସଙ୍କେତ ଉପରେ ମହାନଦୀ

ସତ୍ୟଶିଖା( କଟକ )୧୭ .୦୮. ୨୦୨୨: ମୁଣ୍ଡଳୀରେ କମୁଛି ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀରେ ସେକେଣ୍ଡ ପ୍ରତି ୧୧ଲକ୍ଷ ୬୦ହଜାର ଘନଫୁଟ ଜଳ ପ୍ରଵାହିତ ହେଉଛି । ଘଣ୍ଟାକୁ କମୁଛି ୧୦ରୁ ୧୫ହଜାର ଘନଫୁଟ ଜଳ କମୁଛି । ତଥାପି ମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀ ।

ସୂଚନାଯୋଗ୍ୟ ଯେ, ହୀରକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୬.୫୬ ଫୁଟ ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ । ଏବେ ୪୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

Show More
Back to top button