ସତ୍ୟଶିଖା (ସାନଖେମୁଣ୍ଡି) ୧୩/୧୦/୨୦୨୦ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଘୋଡାହାଡ ଡ଼୍ୟାମରେ ଜଳପତ୍ତନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।ଡ଼୍ୟାମର ଉପର ମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ରାମ ନଦୀ ସମେତ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ସେକେଣ୍ଡ ପ୍ରତି ୫୭ କ୍ୟୁମିକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସକାଳ ୬ ଟାରୁ ୮ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ୧୩ ମିଲିମିଟର ବର୍ଷା ହୋଇଥିବାରୁ ଡ଼୍ୟାମର ଜଳପତ୍ତନ କ୍ରମଶଃ ବଢ଼ିବାରେ ଲାଗିଛି । ମଧ୍ୟାହ୍ନ ୧୨ଟା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଯେ କୌଣସି ମୁହୂର୍ତ୍ତରେ ସ୍ପିଲୱେ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳସେଚନ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ କହିଛନ୍ତି ।
ଘୋଡାହାଡ ଡ୍ୟାମ୍ର ଜଳସ୍ତର ବଢୁଛି
