ଦେଶନ୍ୟୁଜ୍ରାଜ୍ୟ

ବର୍ଜ୍ୟ ମୁକ୍ତ ସହର ଅଭିଯାନରେ ବହୁ ଜଣାଶୁଣା ବ୍ୟକ୍ତି ସାମିଲ

ସାମିଲ୍ ହେବେ ଶଙ୍କର ମହାଦେବନ, ଭେଙ୍କଟେଶ ଆୟର, ବି ପ୍ରାକ୍, ଜୀବ ମିଲ୍‌ଖା ସିଂହ, କିରଣ ଖେର

ସତ୍ୟଶିଖା( ନୂଆଦିଲ୍ଲୀ )୧୭.୦୯ . ୨୦୨୨: ଆରା ୟୋଧାସ୍, ବନାରସି ୱାରିୟର୍ସ, ବାରବାଟି ବାକନ୍‌ସ, ଗ୍ରିନ ଗାର୍ଡିଆନ୍‌ସ ଅଫ୍ ଗାନ୍ଧୀନଗର, ନଭି ମୁମ୍ବାଇ ଇସିଓ ନାଇଟ୍‌ସ, ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ଇନକ୍ରେଡିବଲ୍ ସ୍ବଚ୍ଛ ଇନ୍ଦୋରିଜ୍ କୌଣସି ଖେଳ ଟିମର ନାମ ନୁହେଁ। ଏହା ସେହି ସବୁ ଟିମ୍ ନାଁରେ ଲକ୍ଷ ଲକ୍ଷ ଉତ୍ସାହୀ ଯୁବକଯୁବତୀ ଭାରତୀୟ ସ୍ବଚ୍ଛତା ଲିଗରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଇଛି। ଭାରତୀୟ ସ୍ବଚ୍ଛତା ଲିଗର ଏହି ଟିମ୍ ନିଜ ସହରକୁ ବର୍ଜ୍ୟମୁକ୍ତ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ରୀୟ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟଙ୍କ ତତ୍ତ୍ବାବଧାନରେ ୧୭ ଡିସେମ୍ବର ୨୦୨୨ ରେ ଭାରତୀୟ ସ୍ବଚ୍ଛତା ଲିଗର ଆୟୋଜନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦିପ୍ ସିଂ ପୁରୀ ୧୭ ସେପ୍ଟେମ୍ବର ୨୦୨୨ ରେ ଭାରତୀୟ ସ୍ବଚ୍ଛତା ଲିଗ୍ ପ୍ରାରମ୍ଭ କରାଯିବା ବିଷୟରେ ଘୋଷଣା କରିଛନ୍ତି। ୧୮ ଶହରୁ ଅଧିକ ସହର ଭାରତୀୟ ସ୍ବଚ୍ଛତା ଲିଗ୍ ପାଇଁ ପଞ୍ଜୀକରଣ କରାଇଛନ୍ତି। ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ୪୭ ଟି ସହର ଏହି ଲିଗ୍ ପାଇଁ ପଞ୍ଜୀକରଣ କରାଇଛନ୍ତି। ଅର୍ବାନ୍ ଲୋକାଲ୍ ବଡ଼ି (ୟୁଏଲବି) ର ପ୍ରତିଶତ ଆଧାରରେ ସର୍ବାଧିକ ଭାଗିଦାରୀ ସହିତ ଶୀର୍ଷ ତିନି ରାଜ୍ୟ ଭାଗ ନେଉଛନ୍ତି। ଏଗୁଡ଼ିକ ହେଉଛନ୍ତି ଓଡ଼ିଶା ଶତ ପ୍ରତିଶତ, ଆସାମ ୯୯ ପ୍ରତିଶତ ଓ ଛତିଶଗଡ଼ ୯୭ ପ୍ରତିଶତ।

ଯୁବକମାନଙ୍କର ନେତୃତ୍ବ ଥିବା ଏହି ଅଭିନବ ପ୍ରତିଯୋଗିତାରେ କ୍ରିକେଟ ଖେଳାଳୀ ଭେଙ୍କଟେଶ ଆୟର, ଇନକ୍ରେଡିବଲ୍ ଇନ୍ଦୋରିଜ୍ ପାଇଁ ଭାଗ ନେବେ। ଜଣାଶୁଣା ଗାୟକ ଏବଂ ପଦ୍ମ ପୁରସ୍କାର ବିଜେତା ଶଙ୍କର ମହାଦେବନ ନଭି ମୁମ୍ବାଇ ଇସିଓ ନାଇଟ୍‌ସକୁ, ସାଂସଦ ଓ ଅଭିନେତ୍ରୀ କିରଣ ଖେର, ଗାୟକ ବି. ପ୍ରାକ୍, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଚଣ୍ଡିଗଡ଼ ଚାଲେଞ୍ଜର୍ସଙ୍କୁ ସମର୍ଥନ ଦେବେ ଯଦ୍ବାରା ସମୁଦ୍ର କୂଳ, ପାହଡ଼ ଓ ପର୍ଯ୍ୟଟନ ସ୍ଥଳକୁ ପରିଷ୍କାର କରାଯାଇପାରିବ। ସ୍ଥାନୀୟ ରାଜନୈତିକ ପ୍ରତିନିଧି ତଥା ଅତି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି, ମନ୍ତ୍ରୀ ସାଂସଦ, ବିଧାୟକ, ମେୟର, କାଉନସେଲର, ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅନେକ କାର୍ଯ୍ୟକୁ ସବୁଜ ପତାକା ଦେଖାଇବେ ଏବଂ ଲୋକମାନଙ୍କର ସହଭାଗିତା ବଢ଼ାଇବାରେ ସହଯୋଗ ପ୍ରଦାନ କରିବେ। ଚଣ୍ଡିଗଡ଼ର କାଉନସିଲର ମହେସିନ୍ଦର ସିଂ ସିଦ୍ଧୁ, ତିରୁପତିର ମେୟର ବି.ଆର ସିରିଶା, ତିରୁପତିର କମିଶନର ଅନୁପମା ଅଞ୍ଜଳି, ତିରୁପତିର ବିଧାୟକ ଭୁମନ କରୁଣାକର ରେଡ୍ଡୀ, ଇନ୍ଦୋରର ମେୟର, ଆଇଏମସି ପୁଷ୍ପମିତ୍ର ଭାର୍ଗବ ଲିଗ୍ ରେ ସାମିଲ୍ ହୋଇଛନ୍ତି।

Show More
Back to top button