ସତ୍ୟଶିଖା( ଭୁବନେଶ୍ୱର)୨୬.୦୪.୨୦୨୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥଶନା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ଛାତ୍ରୀ ନିଜ ଆଡ୍ମିଟ୍ କାଡ୍ ପାଇଁ ବଜାରକୁ ଯାଉଥିବା ବେଳେ ଗାଁ ଛକରେ କିଛି ଲୋକ ତାଙ୍କୁ ମାଡ଼ ମାରି ଗୁରୁତର କରି ଦେଇଥିବା ଜଣାପଡ଼ିଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଚୁଲିମାଲ ଗାଁର ଦଶମ ଶ୍ରେଣୀ ଛାତ୍ରୀ ସ୍ଵାଗତିକା ବାଗ ଭଣ୍ଡାର ହାଇସ୍କୁଲକୁ ଆଡମିଟ କାର୍ଡ ନେବାକୁ ଘରୁ ବାହାରିବା ସମୟରେ ଛାତ୍ରୀଙ୍କ ଦାଦା ଛଵି ବାଗଙ୍କୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରୁଥିଲେ। ଛାତ୍ରୀଜଣକ ଏହା ଦେଖି କାକାଙ୍କୁ ଛଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଛାତ୍ରୀଙ୍କ ମୁଣ୍ଡରେ ଶକ୍ତ ଠେଙ୍ଗା ପ୍ରହାର ଲାଗିଥିବାରୁ ସେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଥିବା ବେଳେ ପୁଲିସ୍ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।
ଦଶମ ଆଡମିଟ କାର୍ଡ ଆଣିବାକୁ ଯାଇ ଆକ୍ରମଣର ଶିକାର ଛାତ୍ରୀ
