

ସତ୍ୟଶିଖା(ଭୁବନେଶ୍ୱର) ୩୦.୦୪.୨୦୨୧: ଆସନ୍ତାକାଲି ଓ ଦୁଇ ତାରିଖରେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ପ୍ରାୟତଃ ହୋଇନପାରେ। ଟିକା ଆସିବା ପରେ ସୋମବାର ଠାରୁ ଟିକାକରଣ ଆରମ୍ଭ ହେବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ମେ’ ପହିଲାରୁ ୧୮ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ଟିକାକରଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ହୋଇଛି। କିନ୍ତୁ କୋଭାକ୍ସିନ୍ ଟିକା ଆଜି ଆସି ପହଞ୍ଚିପାରେ। ଟିକା ଆସିଲେ କେବଳ ଭୁବନେଶ୍ୱରରେ ଟିକାକରଣ ହେବ। ସେହିପରି ଆସନ୍ତା ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ। ତେଣୁ ଟିକା ଆସି ପହଞ୍ଚିବା ପରେ ସୋମବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି କୁହଯାଉଛି।