ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଗଚ୍ଛିତ ଟିକା ଆଉ ୨ ଦିନ ଯିବ

ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି । ଏବେ ପୁଣି ଥରେ ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି ।

ଟିକା ପ୍ରସଙ୍ଗରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ,  ଯେତିକି କୋଭିସିଲ୍ଡ ଟିକା ଅଛି ସେଥିରେ ଆଉ ୨ଦିନ ଟିକାକରଣ ଚାଲିବ ।  ତା’ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଓ ୨,୯୮,୮୧୦ କୋଭାକ୍ସିନ ଅଛି ।  ଆସନ୍ତା ୧୫ ତାରିଖରେ ୩,୧୬,୪୭୦ ଡୋଜ କୋଭିସିଲ୍ଡ ପଠାଇବାକୁ କେନ୍ଦ୍ର କହିଛି ।  ଜୁଲାଇରେ ୧୦ଲକ୍ଷ ୪୩ ହଜାର ୯୩୦ ଡୋଜ କୋଭିସିଲ୍ଡ କେନ୍ଦ୍ର ସରକାର ଦେଇଛନ୍ତି ।  ୨୮ ଲକ୍ଷ ଲୋକ କୋଭିସିଲ୍ଡର ୨ୟ ଡୋଜ ନେବାକୁ ଅଛନ୍ତି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ଯୋଗୁଁ  ଆଜି ବଲାଙ୍ଗୀର, ବାଲେଶ୍ବର, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।  ଆଜି ୭୦୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Show More
Back to top button