ପରିବର୍ତ୍ତନ ହେବ ଟିକା ସାର୍ଟିଫିକେଟ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୭.୦୯ .୨୦୨୧: ଭାରତୀୟଙ୍କ ଟିକାକରଣକୁ ନେଇ ବି୍ରଟେନ ସହ ଭାରତର ବିବାଦ ଲାଗି ରହିଥିଲା ବେଳେ ବର୍ତ୍ତମାନ ଉଭୟ ଡୋଜ ଟିକା ନେଇଥିବା ତଥା ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଜନ୍ମ ତାରିଖ ଟିକା ସାର୍ଟିଫିକେଟରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କୋୱିନ ପୋର୍ଟାଲରୁ ବର୍ତ୍ତମାନ ମିଳୁଥିବା ସାର୍ଟିଫିକେଟରେ କେବଳ ବୟସ ସମ୍ପର୍କରେ ଉଲ୍ଲେଖ ରହିଛି । ଆଧାର ନମ୍ବରକୁ ଭିତ୍ତିକରି ଜନ୍ମ ବର୍ଷ ହିସାବରେ କେବଳ ବୟସ ଲେଖାଯାଉଛି । କିନ୍ତୁ ବର୍ତ୍ତମାନ ସେଥିରେ ସମ୍ପୂର୍ଣ୍ଣ ଭାବେ ଜନ୍ମ ତାରିଖ ରହିବ । ସେଥିପାଇଁ କୋୱିନ ଆପ ଓ ଏନଏଚଏସ ଆପରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଜାରି କରାଯାଇଥିବା ନୀତି ଅନୁସାରେ ଏଭଳି ପଦକ୍ଷେପ ନିଆଯାଉଛି । ଆସନ୍ତା ସପ୍ତାହରୁ ଏହି ପରିବର୍ତ୍ତିତ ଟିକା ସାର୍ଟିଫିକେଟ ଉପଲବ୍ଧ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ଉଭୟ ଡୋଜ ଟିକା ନେଇଥିବା ଭାରତୀୟ ବି୍ରଟେନ ଗଲେ ସେଠାରେ ୧୦ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନରେ ରହିବେ ବୋଲି ସେଠାକାର ସରକାର ଘୋଷଣା କରିବା ପରେ ଭାରତ ଆପତ୍ତି ଉଠାଯାଇଥିଲା ।

 

Exit mobile version