ବାଣିଜ୍ୟ
ଦେଖିବାକୁ ମିଳିନଥିବା ଭଳି ବଜେଟ୍ ଆସିବ ୧୦୦ ବର୍ଷରେ


ସତ୍ୟଶିଖା (ନୂଆଦିଲ୍ଲୀ) ୧୯.୧୨.୨୦୨୦ : ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨) ସମ୍ପୂର୍ଣ୍ଣ ଅଲଗା ପ୍ରକାରର ହେବ । ଏମିତି ବଜେଟ୍ ଆସିବ ଯାହା ବିଗତ ୧୦୦ ବର୍ଷରେ ଦେଖିବାକୁ ମିଳିନାହିଁ । ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି । ମହାମାରୀ ପରେ ଏହି ବଜେଟ୍ ତିଆରି କରାଯାଉଛି । ଏହାକୁ ସ୍ଵତନ୍ତ୍ର କରିବା ଲାଗି ଶିଳ୍ପ ଜଗତର ମତାମତ ଜରୁରୀ । ଆମେ ବିଶ୍ୱ ଅର୍ଥନୈତିକ ବିକାଶର ଇଞ୍ଜିନ ହୋଇପାରିବା । ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବା ବୋଲି ସେ କହିଛନ୍ତି । ଆତ୍ମନିର୍ଭର ଭାରତ ସମ୍ପର୍କରେ ନିର୍ମଳା କହିଛନ୍ତି ଯେ ଏହାର ଅର୍ଥ ନୁହେଁ ଆମେ ସମସ୍ତଙ୍କ ପାଇଁ ଆମ ଦ୍ୱାର ବନ୍ଦ କରୁଛୁ । ଏହାର ଅର୍ଥ ନୁହେଁ ଭାରତ ଆମଦାନି କିମ୍ବା ରପ୍ତାନି କରିବନି ବୋଲି ସେ କହିଛନ୍ତି ।