ସତ୍ୟଶିଖା(ଓ୍ୱାଶିଂଟନ) ୨୯.୦୪.୨୦୨୧: ଯେଉଁମାନେ କରୋନା ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଛନ୍ତି ସେମାନଙ୍କର ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଆମେରିକାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଜି ଦେଶବାସୀଙ୍କୁ ଏହି ବାର୍ତ୍ତା ଦେଇଛି।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେଉଁମାନେ କରୋନା ଟିକାର ସମ୍ପୂର୍ଣ୍ଣ ଡୋଜ ନେଇସାରିଛନ୍ତି ସେମାନେ ବଜାର, ପାର୍କ ଓ ଛୋଟ ଜନଗହଳି ସ୍ଥାନରେ ମାସ୍କ ବ୍ୟବହାର ନକଲେ ଚଳିବ। କରୋନାକୁ ରୋକିବାକୁ ମାସ୍କ ବ୍ୟବହାର ପାଇଁ କୁହାଯାଇଥିଲା। ଟିକା ନେଇସାରିଥିବା ବ୍ୟକ୍ତିମାନେ ଏଣିକି ମାସ୍କ ନପିନ୍ଧି ନିଜ କମ କରିପାରିବେ। କିନ୍ତୁ ବଡ ଷ୍ଟେଜ ଶୋ କିମ୍ୱା ହଜାର ହାଜର ଲୋକଙ୍କ ଗହଳିକୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି କୁହାଯାଇଛି। ଏହାଛଡା ସିନେମା ହଲ୍, ସପିଂ ମଲ୍ ଓ ମ୍ୟୁଜିୟମରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।