ନ୍ୟୁଜ୍ରାଜ୍ୟ

କୋର୍ଟଙ୍କ ରାୟ ପରେ ବି ତପସ୍ୱିନୀଙ୍କୁ ମିଳିବନି ବେଡ଼ରୁମ୍

ସତ୍ୟଶିଖା(ବ୍ରହ୍ମପୁର  ) ୦୫.୦୧.୨୦୨୨ :  ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲାରେ କୋର୍ଟଙ୍କ ରାୟ ପରେ ବି ତୁଟୁନି ବିବାଦ । ଏବେ ରହିବା ଘରକୁ ନେଇ ପୁଣି ଚାଲିଛି ସଂଘର୍ଷ । ୨ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ । ସେ ନିଜ ସ୍ୱାମୀଙ୍କ ସହ ତାଙ୍କ ବେଡ଼ରୁମରେ ରହିବାକୁ ଚାହୁଁଛନ୍ତି । କିନ୍ତୁ କୋର୍ଟ ବେଡରୁମରେ ରହିବା ପାଇଁ ସେପରି କିଛି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଡାକ୍ତର ସୁମିତଙ୍କ ପିତା କହିଛନ୍ତି । ସେ କହିଛନ୍ତି ଯେ, ପ୍ରୋଟେକ୍ସନ ଅଫିସରଙ୍କୁ ମୁଁ ଘର ଦେଖେଇ ଦେଇଛି। ସେମାନେ ଘରକୁ ପୂରା ଭଲରେ ଦେଖିଲେ। ଜିଲ୍ଲା କୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ କିନ୍ତୁ ତା’ ଉପରେ ଅପିଲ୍‌ ମଧ୍ୟ କରିବା ପାଇଁ ଚିନ୍ତା କରୁଥିବା ତପସ୍ୱିନୀଙ୍କ ଶ୍ୱଶୁର କହିଛନ୍ତି। କିନ୍ତୁ ତପସ୍ୱିନୀଙ୍କ ରହିବା ପାଇଁ ଆମେ ରୁମ୍‌ ଠିକ୍‌ କରିଛୁ। ଅନ୍ୟପଟେ ପୁଅ ସୁମିତଙ୍କ ସମ୍ପର୍କରେ କହିଛନ୍ତି ଯେ, ‘ସୁମିତଙ୍କ ଦେହ ଭଲ ନାହିଁ। ସେ ରେଷ୍ଟ ନେଉଛନ୍ତି।’ ହେଲେ ସେ କେଉଁଠି ରହୁଛନ୍ତି ଓ ତାଙ୍କ ପାଖରେ କିଏ ରହୁଛି ସେନେଇ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

Show More
Back to top button