ସତ୍ୟଶିଖା ୧୨/୧୨/୨୦୨୦ : ଫାଇଜର ବାୟୋଏନଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି । ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ । ପ୍ରଥମେ ବ୍ରିଟେନ ଏବଂ ପରେ କାନାଡ଼ା ୨ୟ ଦେଶ ଭାବେ ଏହି ଟିକାକୁ ଅନୁମତି ଦେଇଛନ୍ତି । ବ୍ରିଟେନ ଟିକାକରଣ ଅଭିଯାନ ଜାରି ରଖିଛି ।
କମିଟି ସଦସ୍ୟ ତଥା ଟିକା ବିଶେଷଜ୍ଞ ପଲ୍ ଆଫିଟ୍ କହିଛନ୍ତି, ଟିକା ଫଳପ୍ରଦ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ଅନ୍ୟପଟେ ଏହା ଦ୍ୱାରା କିଛି ବିପଦ ବି ରହିଥିବା ଅନୁମାନ କରାଯାଉଛି । ତେବେ ଟିକାର ଲାଭ ପହଞ୍ଚାଇବାର କ୍ଷମତା ତାର ବିପଦକୁ ହ୍ରାସ କରିଥାଏ ବୋଲି ସେ କହିଛନ୍ତି । ସଂକ୍ରାମକ ରୋଗ ବିଶେଷଜ୍ଞ ଓଫର ଲେଭି କହିଛନ୍ତି, ଏହା ଏକ ବଡ଼ ମାଇଲଖୁଣ୍ଟ ହେବାକୁ ଯାଉଛି ।