ଅପରାଧନ୍ୟୁଜ୍ରାଜ୍ୟ

୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ, ୨ ଅଭିଯୁକ୍ତ ଗିରଫ

ସତ୍ୟଶିଖା ( ରାଉରକେଲା )୦୨/୧୧ /୨୦୨୧: ରାଉରକେଲା ଉଦିତ ନଗର ପୋଲିସ ୧୨୯ ଗ୍ରାମ ସୁନା ଜବତ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ହେଲେ ରାଜେଶ ଶର୍ମା ଓ ଅକ୍ଷୟ ବର୍ମା । ଏହି ସୁନା ଚୋରି ଗ୍ୟାଙ୍ଗ୍‌ର ତିନି ଜଣ ଚୋର ଫେରାର ଅଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ଚୋରା ସୁନା କିଣିବା ସହ ଝାଡଖଣ୍ଡ ଦେଇ ଛତିଶଗଡ ପଠାଉଥିଲେ । ଜବତ ସୁନା ଅଳଙ୍କାରର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

ଏହି ସୁନା ଚୋର ଗ୍ୟାଙ୍ଗ୍ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ସୁଯୋଗ ଦେଖି ଘରେ ପଶି ଚୋରି କରୁଥିଲେ । ସୁନା ଚୋରି ଅଭିଯୋଗ ଆସିବା ପରେ ଗ୍ୟାଙ୍ଗ୍‌ର ଜଣେ ନାବାଳକ ଅଭିଯୁକ୍ତକୁ ଧରିଥିଲା ପୋଲିସ । ତା ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା ପୋଲିସ । ଏହି ତଥ୍ୟ ଆଧାରରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଯେଉଁମାନେ ସୁନା ଚୋରଙ୍କଠାରୁ ସୁନା କିଣୁଥିଲେ । ଦୁଇ ଜଣ ଗିରଫ ହେବା ପରେ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ।

Show More
Back to top button