ଜାଓମୀ ସମେତ ୯ କମ୍ପାନୀକୁ ବ୍ଲାକ୍ ଲିଷ୍ଟେଡ୍ କଲା ୟୁଏସ

ସତ୍ୟଶିଖା ୧୫/୦୧/୨୦୨୧ : ଆମେରିକାର ପ୍ରତିରକ୍ଷା ବିଭାଗ ଗୁରୁବାର ଚୀନ୍ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍ କମ୍ପାନୀକୁ ବ୍ଲାକ୍ ଲିଷ୍ଟ୍  କରିଛି । ଚୀନ୍ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍ ନିର୍ମାତା କମ୍ପାନୀ ଜାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।  ଜୁନ୍ ୨୦୨୦ରେ ପ୍ରତିରକ୍ଷା ବିଭାଗ ଆମେରିକା କଂଗ୍ରେସକୁ ଏହି କମ୍ପାନୀ ଗୁଡ଼ିକର ତାଲିକା ପ୍ରଦାନ କରିଥିଲେ । ଏହି ସମସ୍ତ କମ୍ପାନୀ ଚୀନ୍ ସେନା ସହ ସାମିଲ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନର ୪୦ଟି କମ୍ପାନୀକୁ ଆମେରିକା ବ୍ଲାକ୍ ଲିଷ୍ଟ୍ କରିସାରିଥିବା ଜଣାପଡ଼ିଛି ।ପୂର୍ବ ବର୍ଷ ନଭେମ୍ୱର ମାସରେ ରାଷ୍ଟ୍ରପତି ଟ୍ରମ୍ପ୍ ଏକ କାର୍ଯ୍ୟକାରୀ ଆଦେଶ ଦେଇଥିଲେ । ଯେଉଁଥିରେ ଆମେରିକାବାସୀ କଳା ତାଲିକାଭୁକ୍ତ ଫାର୍ମ ଗୁଡ଼ିକରେ ଆଉ ନିବେଶ କରିପାରିବେ ନାହିଁ । ସରକାରୀ ନିର୍ଦ୍ଦେଶ ଅନୁସାରେ, ୧୧ ନଭେମ୍ୱର ୨୦୨୧ ଭିତରେ ଏହି କମ୍ପାନୀ ଗୁଡ଼ିକର ସେୟାର କିଣିଥିବା ଆମେରିକୀୟ ନାଗରିକ ସେମାନଙ୍କ ସେୟାରକୁ ବିକ୍ରି କରିବା ବାଧ୍ୟତାମୂଳକ ଅଟେ ।ତେବେ ଜାଓମୀ ବ୍ୟତୀତ ଅନ୍ୟ ଯେଉଁ ଫାର୍ମ ଗୁଡ଼ିକୁ ବ୍ଲାକକ୍ଲିଷ୍ଟ କରାଗଲା ସେମାନଙ୍କ ମଧ୍ୟରେ ଆଡଭାନ୍ସଡ୍ ମାଇକ୍ରୋ ଫେବ୍ରିକେସନ ଇକ୍ୟୁପମେଣ୍ଟ, ଲୁୟୋକଙ୍ଗ ଟେକ୍ନୋଲୋଜି କର୍ପୋରେସନ୍, ବେଜିଂ ଜୋଙ୍ଗଗୁଙ୍ଗ ଟେକ୍ନୋଲୋଜି, ଗୋଓ୍ୱିନ୍ (G.O.W.I.N) ସେମିକଣ୍ଡକ୍ଟର କର୍ପ, ଗ୍ରାଣ୍ଡ ଚାଇନା କମ୍ପାନୀ (ଜିସିଏସି), ଗ୍ଲୋବାଲ ଟୋନ କମ୍ୟୁନିକେସନ୍ ଟେକ୍ନୋଲୋଜି, ଚାଇନା ନ୍ୟାସନାଲ ଆଭିଏସନ ହୋଲଡିଂ କମ୍ପାନୀ ଲିମିଟେଡ୍ (C.N.A.H) ଏବଂ ଚାଇନା ବାଣିଜ୍ୟିକ ବିମାନ ନିଗମ (C.O.M.A.C) ସାମିଲ୍ ରହିଛି ।

Exit mobile version