ସତ୍ୟଶିଖା( କଟକ )୧୭.୦୬. ୨୦୨୨ : କଟକ ଜିଲ୍ଲାର ଅଡ଼ଶପୁର ଅନ୍ତର୍ଗତ ଓଲଟପୁରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ‘ନିରତାର’କୁ ସଡ଼କ ସୁବିଧା ନିମନ୍ତେ ଖୁବଶୀଘ୍ର ୨ଥାକିଆ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଅଡ଼ଶପୁର ରାସ୍ତାର ବୋଇରାଇ ଛକଠୁ ଓଲଟପୁର ନିରତାର ପର୍ଯ୍ୟନ୍ତ ରାସ୍ତାକୁ ଦୁଇଥାକିଆ କରିବେ ଓ ଏନେଇ ଆବଶ୍ୟକ ଜମି ଅଧିଗ୍ରହଣ ମଧ୍ୟ କରିବେ ବୋଲି ଜଣାପଡ଼ିଛି ।
ଅସ୍ଥି ଚିକିତ୍ସା ତଥା ଥଇଥାନ ସଂକ୍ରାନ୍ତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ‘ନିରତାର’କୁ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ଶହ ଶହ ରୋଗୀ ଆସିଥାନ୍ତି । ରୋଗୀମାନଙ୍କ ସୁବିଧା ନିମନ୍ତେ ଏହି ଜାତୀୟ ପ୍ରତିଷ୍ଠାନର ପାରିପାଶ୍ୱିର୍କ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।