ଦୁର୍ଘଟଣାଦେଶ

ଶୋଇଥିବା ବେଳେ ମାଡ଼ିଗଲା ଟ୍ରକ, ଗୋଟିଏ ପରିବାରର 8 ମୃତ

ସତ୍ୟଶିଖା(ଗାନ୍ଧୀନଗର ) ୦୯.୦୮ .୨୦୨୧:  ଗୁଜୁରାଟର ଆମରେଲି ଭୟଙ୍କର ସଡ଼କ ଦୁର୍ଘଟଣା, ଯେଉଁଥିରେ ଅତି କମରେ 8 ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ସମସ୍ତେ ଗୋଟିଏ ପରିବାରର । ଏହି ଦୁର୍ଘଟଣାରେ 4 ଜଣ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁସାରେ, ଆମରେଲି ଜିଲ୍ଲାର ସାବରକୁଣ୍ଡଲାର ବାଢଦା ଗ୍ରାମ ନିକଟରେ ରାସ୍ତା କଡ଼ରେ ଏକ ପରିବାର ଶୋଇଥିବା ବେଳେ ହଠାତ୍ ଏକ ଟ୍ରକ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଏହି କାରଣରୁ ଘଟଣାସ୍ଥଳରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ରୁ ଅଧିକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଏହି ଦୁର୍ଘଟଣା ରାତି ପ୍ରାୟ 3 ବେଳେ ଘଟିଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Show More
Back to top button