ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ପହଞ୍ଚିଲେ ଚାଷୀ । କୃଷି ଆଇନକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ଆଜି ଲାଲକିଲ୍ଲାରେ ପହଞ୍ଚିଛନ୍ତି । ପୋଲିସର ସୁରକ୍ଷାବଳୟକୁ ଭେଦ କରି ଟ୍ରାକ୍ଟର ରାଲି ମାଧ୍ୟମରେ ଲାଲକିଲ୍ଲାରେ ପହଞ୍ଚିଛନ୍ତି ଆନ୍ଦୋଳନରତ ଚାଷୀ । କେବଳ ଲାଲକିଲ୍ଲାରେ ପହଞ୍ଚିନାହାନ୍ତି ବରଂ ସେଠାରେ ଥିବା ଖମ୍ବରେ ଚାଷୀ ସଙ୍ଗଠନର ପତାକା ଉଡାଇଛନ୍ତି । ଆଉ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଦିଲ୍ଲୀ ରାସ୍ତାରେ କେବଳ ଟ୍ରାକ୍ଟର ଦେଖିବାକୁ ମିଳୁଛି । ଏହାପୂର୍ବରୁ ସିଙ୍ଘୁ ବର୍ଡର ପାର କରୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଚାଷୀ-ପୋଲିସ । ଗୋଟିଏ ପରେ ଗୋଟିଏ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ଚାଷୀଙ୍କ ଉପରେ ଲାଠି ପ୍ରହାର କରିଥିଲା ପୋଲିସ । କିନ୍ତୁ ପୋଲିସର ଏଭଳି ପାହାରକୁ ଖାତିର ନକରି ଆଗକୁ ବଢିଥିଲେ ଚାଷୀ । ଆଉ ଏବେ ସୁରକ୍ଷାବଳୟ ଭେଦ କରି ଲାଲକିଲ୍ଲା ଉପରେ ଚଢିଛନ୍ତି ଚାଷୀ । ଲାଲକିଲ୍ଲା ଭିତରେ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନରତ ଚାଷୀ ।
ଟ୍ରାକ୍ଟର ରାଲି କରି ଲାଲକିଲ୍ଲା ଭିତରେ ପହଞ୍ଚିଲେ ବିକ୍ଷୋଭ ପ୍ରଦର୍ଶନ ସହ ଉଡ଼ାଇଲେ ପତାକା
