ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଓଡିଶାରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା (ଭୁବନେଶ୍ୱର)୦୫.୦୧.୨୦୨୨: ରାଜ୍ୟରେ କରୋନା ମହାମାରୀ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ୧୯ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ମୋଟ୍ ୨୧୮ ସାମ୍ପଲର ଜିନମ ସିକୁଏନ୍ସିଂ କରାଯାଇଥିଲା । ୨୧୮ ସାମ୍ପଲରୁ ୨୪ଟି ଓମିକ୍ରନ୍ ଭ୍ୟାରିଆଣ୍ଟ ଥିବା ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲସି ପକ୍ଷରୁ ଅବଗତ କରାଯାଇଛି । ଆଜିର ୨୪କୁ ମିଶାଇଲେ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି ।

ସେହିପରି ପୂର୍ବରୁ ୩୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଡିସେମ୍ବର ୨୧ ତାରିଖରେ ଓଡିଶାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଦେଶରେ ୨୧୩୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଲାଣି ।

Show More
Back to top button