୮ରୁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍‌

ସତ୍ୟଶିଖା( ବାରଙ୍ଗ )୦୪.୧୦ .୨୦୨୧:  ଦଶହରା ପାଇଁ ପର୍ୟ୍ୟଟକଙ୍କୁ ନନ୍ଦନକାନନର ଭେଟି । ବହୁ ଦିନ ଧରି ବନ୍ଦଥିବା ଟୟ ଟ୍ରେନ୍‌ ଚାଲିବ । ଦୀର୍ଘ ୧୦ ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପୱେର ମଧ୍ୟ ଶୁଭ ଦିଆଯିବ । ଏନେଇ ସମସ୍ତ କାର୍ୟ୍ୟ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଆସନ୍ତା ୮ ତାରିଖ ଶୁକ୍ରବାର ଏଗୁଡିକ ଉଦ୍‌ଘାଟନ ହେବ ବୋଲି ସୂଚନା ମିଳିଛି ।

ଦୀର୍ଘ ୬ ବର୍ଷ ହେବ ବନ୍ଦ ପଡ଼ିଛି ଏହି ଟୟ ଟ୍ରେନ୍‌ । ଏଣିକି କୁନି ପର୍ୟ୍ୟଟକମାନେ ପ୍ରାଣୀ ଉଦ୍ୟାନ ମଧ୍ୟରେ ଟୟ ଟ୍ରେନ୍‌ ଯୋଗେ ବୁଲିବା ସହ ଘଞ୍ଚ ଜଙ୍ଗଲ ସହିତ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିବାର ମଜା ନେଇପାରିବେ । ମାର୍ଚ୍ଚ ମାସରୁ ରେଳଗାଡିର ଡବା ଇଞ୍ଜିନ ଆସିବା ଆରମ୍ଭ ହୋଇଥିଲା । ଏପ୍ରିଲ ମାସ ସୁଦ୍ଧା ସମସ୍ତ ଡବା କାର୍ୟ୍ୟ ସମାପ୍ତ ହୋଇ ରେଳ ଲାଇନ୍‌ରେ ପରୀକ୍ଷଣ କରାଯାଇଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଗୁଡ଼ିକୁ ସୁଧାରିବା ପରେ ବର୍ତ୍ତମାନ ଏହା କାର୍ୟ୍ୟକାରୀ ହୋଇଛି । ଇଞ୍ଜିନ, ଡ୍ରାଇଭର ଡବା ସହିତ ଆଉ ଚାରୋଟି ଡବାକୁ ନେଇ ଶିଶୁ ରେଳଗାଡ଼ି ପର୍ୟ୍ୟଟକଙ୍କୁ ବୁଲାଇବ । ଏଥିରେ ମୋଟ ୭୦ ଜଣ ପର୍ୟ୍ୟଟକ ବସିବାକୁ ଥିବା ବେଳେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତି ବସିବା ପାଇଁ ମୋଟ ୭୨ ସିଟ୍‌ ରହିଛି ।

ସୂଚନା ଯୋଗ୍ୟ ୨୦୧୬ ମସିହାରୁ ଶିଶୁ ରେଳଗାଡି ଚାଲିବା ପାଇଁ ସମସ୍ତ କାର୍ୟ୍ୟ ଆରମ୍ଭ କରାଯାଇ ଏହାର ପ୍ଲାଟଫର୍ମ ଓ ରେଳପଥର ଉନ୍ନତିକରଣ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା । ୨୦୨୧ ମାର୍ଚ୍ଚ ମାସରେ ରେଳ ଡବା ଓ ଇଞ୍ଜିନ ଆସିବା ଆରମ୍ଭ ହୋଇଥିଲା । କରୋନା କଟକଣା ପାଇଁ ବନ୍ଦ ରହିବା ପରେ ଏବେ ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Exit mobile version