ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୦୧/୨୦୨୧ : ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ୍ ସାହାଯ୍ୟରେ ଜୁଭେଣ୍ଟସ୍ ନାପୋଲୀକୁ ୨-୦ ଗୋଲରେ ପରାସ୍ତ କରିଛି । ଏହାସହ ଇଟାଲିଆନ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉପରେ କବଜା କରିଛି ଜୁଭେଣ୍ଟସ୍ । ଏହି ଗୋଲ୍ ଦେଇ ରୋନାଲ୍ଡୋ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ରୋନାଲ୍ଡୋ ୭୬୦ ଟି ଗୋଲ୍ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଜୋସେଫ୍ ବାଇକ୍ୟାନଙ୍କୁ ପଛରେ ପକାଇଛନ୍ତି । ମୋଟ୍ ୭୬୦ଟି ଗୋଲ୍ ସହ ସେ କୌଣସି କ୍ଲବ୍ ଓ ଦେଶ ତରଫରୁ ଖେଳି ସର୍ବାଧିକ ଗୋଲର ରେକର୍ଡ ହାସଲ କରିଛନ୍ତି ।
ସର୍ବାଧିକ ଗୋଲ୍ ସ୍କୋରର୍ କ୍ରିଷ୍ଟିଆନୋ ରୋନାଲ୍ଡୋ
