ଜାଲି ଛିଣ୍ଡାଇ ପଳାଇଲା ବାଘ

ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧: ପର୍ଯ୍ୟଟକ ଟିକେଟ କାଟି ନନ୍ଦନକାନନ ଭିତରକୁ ପଶିଥିଲେ । ତେବେ ହଠାତ ନନ୍ଦନକାନନ ଭିତରୁ ତୁରନ୍ତ ବାହାରକୁ ବାହାରିବା ଆସିବା ପାଇଁ ଘୋଷଣା କରାଯାଇଥିଲା ।  ଘୋଷଣା ଶୁଣି ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ ।  କ’ଣ ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା ।  ତେବେ ବାଘ ତା’ର ଜାଲିରୁ ବାହାରକୁ ବାହାରି ଆସିଥିବା  ଖବର ଜାଣିବା ପରେ ସମସ୍ତେ ଜୀବନ ବିକଳରେ ନନ୍ଦନକାନନ ବାହାରକୁ ପଳାଇଆସିଥିଲେ । ଆଜି ନନ୍ଦନକାନନରେ ଏଭଳି କିଛି ଘଟଣା ଘଟିଛି ।

ନନ୍ଦନକାନନ ବାଘ ସଫାରୀରୁ ବାଘ  ଜାଲି ଛିଣ୍ଡାଇ ପଳାଇଯିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ।  ସଫାରୀରେ  ଥିବା ବାଘ ‘ସୂରଜ’କୁ ଖାଇବାକୁ ଦେଲା ବେଳେ ଖସିଯାଇଥିଲା ।  କିଛି ସମୟ ପର୍ଯ୍ୟନ୍ତ ବାଘକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖୋଜି ପାଇନଥିଲେ ।  ବାଘ ଖସି ଯାଇଥିବା ଖବର ପରେ ପର୍ଯ୍ୟଟକମାନଙ୍କୁ ବାହାର କରାଯାଇଥିଲା ।  ତେବେ ବହୁ ସମୟ ଖୋଜାଖୋଜି କରିବା ପରେ ସଫାରୀ ଭିତରେ ବାଘ ‘ସୂରଜ’ର ସନ୍ଧାନ ମିଳିଥିଲା ।  ଏବେ  ବାଘ ‘ସୂରଜ’ ସଫାରୀ ଭିତରେ ବିଚରଣ କରୁଥିବା ସୂଚନା ମିଳିଛି ।  ଏବେ ନନ୍ଦନକାନନ ପରିସ୍ଥିତି ସ୍ୱାଭାବିକ ଥିବା କର୍ତ୍ତୃପକ୍ଷ କହିଛନ୍ତି ।

Exit mobile version