ତେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ


ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ କଂଗ୍ରେସ ସାଂସାଦ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି। ଟୁଇଟ୍ କରି ମନମୋହନ ସିଂହ ସରକାର ବେଳର ଚିତ୍ର ଏବଂ ମୋଦି ସରକାର ବେଳେ ତେଲ ଦରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି ରାହୁଲ ଗାନ୍ଧୀ।
ରାହୁଲ ଗାନ୍ଧୀଙ୍କ ଟୁଇଟ୍ ପୋଷ୍ଟ ଅନୁଯାୟୀ, ମନମୋହନ ସିଂହ ସରକାର ବେଳେ ଅଶୋଧିତ ଦେଲର ଦାମ ବ୍ୟାରେଲ ପିଛା $୧୦୭.୦୯ ରହିଥିବାବେଳ ଏବେ $୪୦.୬୬ ରହିଛି। ସେହିପରି ପେଟ୍ରୋଲ ଦର ୭୧.୪୧ ଟଙ୍କା ମନମୋହନ ସିଂହ ସରକାର ବେଳେ ଥିବା ବେଳେ ମୋଦି ସରକାରଙ୍କ ସମୟରେ ଏହି ଦର ୭୬ ଟଙ୍କା ୨୬ ପଇସା ପହଞ୍ଚିଛି। ସେହିପରି ଡିଜେଲ ଦର ୫୫ ଟଙ୍କା ୪୯ ପଇସା ଥିବାବେଳେ ଏବେ ୭୪ ଟଙ୍କା ୬୨ ପଇସା ରହିଛି।
Middle class and the poor pay for the gifts the crony capitalists get. #शर्म_करो_लुटेरी_सरकार pic.twitter.com/q69cqlF83Q
— Rahul Gandhi (@RahulGandhi) June 15, 2020
ଆହୁରି ପଢ଼ନ୍ତୁ
ମନମୋହନ ସିଂହ ସରକାର ବେଳେ ପେଟ୍ରୋଲରେ ଏକସାଇଜ୍ ଡ୍ୟୁଟି ୯ ଟଙ୍କା ୨୦ ପଇସା ଓ ଡିଜେଲରୁ ୩ ଟଙ୍କା ୪୬ ପଇସା ରହିଥିଲା। ଏବେର ସରକାର ପେଟ୍ରୋଲରୁ ୩୨ ଟଙ୍କା ୯୮ ପଇସା ଏବଂ ଡିଜେଲରୁ ୩୧ ଟଙ୍କା ୮୩ ପଇସା ନେଉଥିବା ରାହୁଲ କହିଛନ୍ତି।
ଲକଡାଉନ୍ ପରେ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଛନ୍ତି। କ୍ରମାଗତ ଭାବରେ ନଅ ଦିନ ହେବ ତେଲ ଦର ବୃଦ୍ଧି ପାଉଛି। ରବିବାର ଦିନ ପେଟ୍ରୋଲରେ ୬୨ ପଇସା ଏବଂ ଡିଜେଲରେ ୬୪ ପଇସା ବୃଦ୍ଧି ଘଟିଥିଲା। ସେହିପରି ଶନିବାର ଦିନ ଯଥାକ୍ରମେ ୫୯ ଏବଂ ୫୮ ପଇସା ବୃଦ୍ଧି ହୋଇଥିଲା।
[ad_2]