ସତ୍ୟଶିଖା(ଭୁବନେଶ୍ୱର) ୨୮.୦୭.୨୦୨୧: ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବାର ଅଛି କରୋନାର ତୃତୀୟ ଲହର । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ଯାହା ଆବଶ୍ୟକ ଅଛି । ସେ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୫୪ ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି । ସବୁଠାରୁ ଆଶ୍ୱସ୍ତିକର ଖବର ଯେ, ସେହି ୫୪ ଜିଲ୍ଲା ଭିତରେ ଆମର କିଛି ଜିଲ୍ଲା ନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ୨ୟ ଲହରରୁ ବାହାରିନାହୁଁ। ଏବେ ବି ୨ୟ ଲହରର ସଂକ୍ରମଣ ଜାରି ରହିଛି। କିଛି ଜିଲ୍ଲାରେ ସଂକ୍ରମଣ ଖସିବାର ନାଁ ଧରୁନି । ଖାସ୍ କରି ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହୁଛି। ଵିଶେଷଙ୍ଗ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଏଠାରେ ସଂକ୍ରମଣ ହାର ଅଧିକ ରହୁଛି।
ତେଣୁ ଆଗକୁ ତୃତୀୟ ଲହର ପାଇଁ ସମସ୍ତ ପ୍ରସ୍ତୁତି ଅଛୁ। ଯାହା ଆବଶ୍ୟକ ସେ କାର୍ଯ୍ୟ କରାଯାଉଛି। ଭିତ୍ତି ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟ୍ରେନିଂ ମଧ୍ୟ ଦିଆଯାଉଛି। ସର୍ଭିଲାନ୍ସ ଅଧିକ ଗୁରୁତ୍ବ ଦିଆଯାଉଛି। ଜାତୀୟ ରାଜପଥ କଡ଼ରେ ଥିବା ଜାଗାରେ ସଂକ୍ରମଣ ବଢୁଛି। ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି । ତାହା ସବୁ ଅଡିଟ ରିପୋର୍ଟ । ସେଥିପାଇଁ ଭୟଭୀତ ହେବାର କିଛି ନାହିଁ। ଆଉ କିଛି ଦିନ ମଧ୍ୟରେ ଅଡିଟ ସରିଯିବ ।