

ସତ୍ୟଶିଖା ୦୧/୦୨/୨୦୨୧ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । କରୋନା କାଳରେ ଉପସ୍ଥାପିତ ହେବାକୁ ଥିବା ବଜେଟ ଐତିହାସିକ ହୋଇପାରେ । ତେବେ ଆଜିର ବଜେଟରେ କାହା ଉପରେ ରହିବ ନଜର ?
୧. କର ପ୍ରଣାଳୀ ସିଧା ଲୋକଙ୍କ ପକେଟ ଉପରେ ସିଧାପ୍ରଭାବ ପକାଇଥାଏ । ତେଣୁ ଆଜିର ବଜେଟରେ ଆୟକର ରିହାତି ଉପରେ କି ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିବ ।
୨. ଦେଶରେ କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହା ଉପରେ ସମସ୍ତଙ୍କ ନଜର ରହିବ କୃଷି ଓ କୃଷକଙ୍କ ପାଇଁ ସରକାର କି ଘୋଷଣା କରୁଛନ୍ତି । ମୋଦି କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ବଜେଟରେ କୃଷକଙ୍କ ପାଇଁ କିଛି ବଡ ଘୋଷଣା ହୋଇପାରେ ।
୩. ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବାକୁ ହେଲେ ଗ୍ରାମୀଣ କ୍ଷେତ୍ରକୁ ଗୁରୁତ୍ୱ ଦେବା ଜରୁରୀ । ମନରେଗା ଓ ଅନ୍ୟ ଗ୍ରାମୀଣ ଯୋଜନାକୁ ନେଇ କି ଘୋଷଣା ହେଉଛି ସେ ଉପରେ ବି ରହିବ ନଜର ।
୪. ଅର୍ଥନୀତି ଟ୍ରାକକୁ ଆଣିବା ପାଇଁ ବଡ ପ୍ୟାକେଜ ଘୋଷଣା ହୋଇପାରେ । ଗତବର୍ଷ ସରକାର ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ପାକେଜ ଘୋଷଣା ହୋଇଥିଲା ।
୫. ଅର୍ଥମନ୍ତ୍ରୀ କୋଭିଡ ଟିକାକରଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଭିତ୍ତିଭୂମିର ବିକାଶ ସମ୍ପର୍କରେ ବଡ ଘୋଷଣା କରିପାରନ୍ତି । ବିଶେଷକରି ଟିକାକରଣ ନେଇ କ’ଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିବ ।
୬. କରୋନା ପାଇଁ ଦେଶର କୋଟି କୋଟି ଲୋକ ରୋଜଗାର ହରାଇଛନ୍ତି । ତେଣୁ ସରକାର ରୋଜଗାର ଓ ନିଯୁକ୍ତି ବଢାଇବା ପାଇଁ ସରକାର ବଡ ଘୋଷଣା କରିପାରନ୍ତି ।
୭. ରେଳବାଇ ପାଇଁ କି ଘୋଷଣା ହେଉଛି ସେ ଉପରେ ସମସ୍ତଙ୍କ ନଜର ରହିବ । କିଛି ନୂଆ ଟ୍ରେନ ଚଳାଇବା ଓ କିଛି ରୁଟର ଘରୋଇକରଣ ଉପରେ ଘୋଷଣା ହୋଇପାରେ ।
୮. କରୋନା କାଳରେ ରିଅଲ ଇଷ୍ଟେଟ କ୍ଷେତ୍ର ପ୍ରଭାବିତ ହୋଇଛି । ତେଣୁ ଏହି ସେକ୍ଟର ପାଇଁ କିଛି ରିହାତି ଘୋଷଣା ହୋଇପାରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗରିବଙ୍କୁ ଘର ଦେବା ଲାଗି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବା ସମ୍ଭାବନା ରହିଛି ।
୯. ସରକାରଙ୍କ ପାଇଁ ବିନିବେଶରୁ ଆୟ ଏବେ ପ୍ରମୁଖ ସ୍ରୋତ ପାଲଟିଛି । ତେଣୁ ଆଜର ବଜେଟରେ ସରକାର ଆକ୍ରାତ୍ମକ ଭାବେ ବିନିବେଶ ଲକ୍ଷ୍ୟ ଧାର୍ଯ୍ୟ କରିପାରନ୍ତି ।
୧୦. ଲଘୁ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ସରକାର କିଛି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇପାରନ୍ତି । ଫଳରେ କିଛି ସାମଗ୍ରୀ ମହଙ୍ଗା ହୋଇପାରେ ।