ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ସୋମବାର ) ୧୯/୧୦/୨୦୨୦ :
ମେଷ – ଆଜି ଷଷ୍ଠସ୍ଥାନରେ ରବି ଓ ଚନ୍ଦ୍ର ରହିଥିବାରୁ ଆପଣଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରଖିବ ନାହିଁ । କର୍ମକ୍ଷେତ୍ର କଥା ହେଉ ସବୁ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ବୃଷ – ଶୁକ୍ର ପ୍ରଭାବରୁ ସ୍ଥଗିତ କାମକୁ ପୂରା ଦମରେ ସମ୍ପନ୍ନ କରିବାର ମଉକା ଜୁଟିବ । ରବିଙ୍କ ଦୁର୍ବଳତା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ମିଥୁନ – ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟିରୁ ଅଲଗା ସ୍ଥାନରେ ରଖିଦେଇଥିବା ଟଙ୍କା ପାଇସା ନ ପାଇ ବ୍ୟସ୍ତ ହୋଇପାରନ୍ତି । ସରଳ ସମାଧlନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।
କର୍କଟ – ଭାଗ୍ୟସ୍ଥ କର୍ମାଧିପ କାରଣରୁ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ଅଧସ୍ତନମାନଙ୍କ ସୌହାର୍ଦ୍ଦ୍ୟଜନିତ ମାନସିକ ସ୍ଥିତି ପ୍ରୀତିପ୍ରଦ ରହିବ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୭ ।
ସିଂହ – ଚତୁର୍ଥସ୍ଥ କେତୁଙ୍କ କୁପ୍ରଭାବରୁ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ପ୍ରୀତିପ୍ରଦ ନ ହୋଇପାରେ । ଦୂରଯାତ୍ରା ପାଇଁ ଦିନଟି ବହୁତ ଭଲ । ଶୁଭ ଅଙ୍କ ଧୂସର । ଶୁଭ ଅଙ୍କ ୬ ।
କନ୍ୟା – ଆପଣଙ୍କ ଯୁକ୍ତିଯୁକ୍ତ କଥାରେ ପ୍ରତିବାଦୀ ହାର ମାନିବେ ଓ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହୋଇଯିବ । ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ତୁଳା – ସ୍ୱଗୃହାଭିମୁଖୀ ଏକାଦଶସ୍ଥ ଶୁକ୍ରଙ୍କ ହେତୁ ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବା ସହ ଆପଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ଅବଶ୍ୟ ଘଟିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ବିଛା – ଅମାବାସ୍ୟାର ଗ୍ରହସ୍ଥିତି ପ୍ରଭାବରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବାରୁ ଆନନ୍ଦ ଅନୁଭବ କରିବେ । ରଚନାତ୍ମକ କାର୍ଯ୍ୟ ଧିମେଇ ଯାଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଧନୁ – ମଙ୍ଗଳ ଚତୁର୍ଥସ୍ଥ ହୋଇ ଶନି ଦୃଷ୍ଟିରେ ଥିବାରୁ ଆଜି ଭଲ କାମ କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଓଲଟା ଫଳ ପାଇବେ । ଆଶା ଜନକ ସୁଫଳ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ମକର – ରାହୁଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ହେତୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । କୃତିତ୍ୱ ସକାଶେ ପଡୋଶୀମାନେ ପ୍ରଶଂସା କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
କୁମ୍ଭ – ଆଜି ମୁଖଭାବସ୍ଥ ମଙ୍ଗଳ ହେତୁ ରୁକ୍ଷ ବ୍ୟବହାର କଳହକୁ ଆମନ୍ତ୍ରଣ କରିବ । ଫଳରେ ଆପଣଙ୍କର ମାନସିକ ଅସୁସ୍ଥତା ହିଁ ଶାରୀରିକ ସୁସ୍ଥତାକୁ ପ୍ରତିହତ କରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ମୀନ – ଧନାଧିପତିଙ୍କ ସ୍ଥିତିରୁ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ଥିଲେ ମଧ୍ୟ ବିଶେଷ ମନ୍ଦ ହେବ ନାହିଁ । କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।