ଧର୍ମପର୍ଯ୍ୟଟନରାଜ୍ୟ

୧୬ରୁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କ’ଣ ରହିଛି ସର୍ତ ?

ଭୁବନେଶ୍ୱର : ଜୟ ଜଗନ୍ନାଥ । ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର  । ଆସନ୍ତା ୧୬ରୁ ଶ୍ରୀମନ୍ଦିର ଖୋଲିବ  । ଭକ୍ତମାନେ ଶ୍ରୀମନ୍ଦିରରେ ମହାବାହୁଙ୍କ ଦର୍ଶନ କରିପାରିବେ  । ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର  ।

ସୂଚନା ଅନୁଯାୟୀ, ଆସନ୍ତା ୧୬ରୁ ଶ୍ରୀମନ୍ଦିର ଖୋଲିବ  । ପ୍ରଥମ ପାଂଚ ଦିନ ଅର୍ଥାତ ଅଗଷ୍ଟ ୧୬ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୂଙ୍କର ଦର୍ଶନ କରିବେ  । ୨୧ ଓ ୨୨ ତାରିଖ ସଟଡାଉନ ଥିବାରୁ ୨୩ରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ  । ଯେଉଁମାନେ ଦୁଇଟି ଡୋଜ ଟିକା ନେଇଥିବେ କିମ୍ବା ୯୬ ଘଂଟା ପୂର୍ବରୁ ଆରଟିପିସିଆର ଟେଷ୍ଟ କରିଥିବେ ସେମାନେ ହିଁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ  । ତେବେ ସଟଡାଉନରେ ଶ୍ରୀମନ୍ଦିର ଯିବାକୁ ଅନୁମତି ମିଳିବ ନାହିଁ  । ଏହାଛଡ଼ା ଜନ୍ମାଷ୍ଟମୀରେ ବି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ  ।

କରୋନା ଯୋଗୁଁ ଦୀର୍ଘଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିଛି । ଗୋଟିଏ ପଟେ ଭକ୍ତ ମହାପ୍ରଭୂଙ୍କ ଦର୍ଶନରୁ ବଂଚିତ ହୋଇଥିବାବେଳେ ଅପରପକ୍ଷରେ ସେବାୟତଙ୍କ ଠାରୁ ନେଇ ପୁରୀର ବ୍ୟବସାୟୀମାନେ ବହୁ କ୍ଷତି ସହୁଥିବା ଦେଖିବାକୁ ମିଳୁଛି । ଏମିତିକି ମହାପ୍ରଭୂଙ୍କ ହୁଣ୍ଡିରେ ବି ଆୟ ହୋଇପାରୁନାହିଁ  । ତେବେ ସଂକ୍ରମଣ କମିଥିବାରୁ ମନ୍ଦିର ଖୋଲିବା ପାଇଁ ନିଷ୍ପତି ନିଆଯାଇଛି  ।

Show More
Back to top button