ହୀରାକୁଦ ଜଳଭଣ୍ଡାରରେ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ l


ସତ୍ୟଶିଖା ୩୦ .୦୮.୨୦୨୦ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବନ୍ୟା ଜଳ ନିଷ୍କାସନ ପାଇଁ ଡ୍ୟାମରେ ଏବେ ୪୬ଟି ଗେଟ୍ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ । ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ୬୨୭.୮୩ ଫୁଟ୍ ରହିଛି । ଏବେ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୮ ଲକ୍ଷ ୪୦ ହଜାର ୮୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୭ ଲକ୍ଷ ୪୮ ହଜାର ୯୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ସ୍ପିଲ ୱେରେ ୭ ଲକ୍ଷ ୪୮ ହଜାର ୯୨୬ କ୍ୟୁସେକ୍, ପାୱାର ଚ୍ୟାନେଲରେ ୧୪ ହଜାର ୯୦୪ କ୍ୟୁସେକ୍, କେନାଲରେ ୬୪୯ କ୍ୟୁସେକ, ଶିଳ୍ପ ପାଇଁ ୧୭୦ କ୍ୟୁସେକ୍ ଜଳ ଏବେ ହୀରାକୁଦରୁ ଯାଉଛି । ହୀରାକୁଦ ଡ୍ୟାମର ବାମ ପଟେ ୩୧ଟି ଓ ଡାହାଣ ପଟେ ୧୫ଟି ଗେଟ୍ ଖୋଲିଛି । ମୁଣ୍ଡଳିରେ ବର୍ତମାନ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବରମୁଳରେ ୮ ଲକ୍ଷ ୯୧ ହଜାର ୨୫୦ କ୍ୟୁସେକ, ଖଇରମାଳରେ ୧୦ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।