ଧର୍ମପର୍ଯ୍ୟଟନରାଜ୍ୟ

ଖୋଲିଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର

ସତ୍ୟଶିଖା(ସମ୍ବଲପୁର) ୦୩.୦୮ .୨୦୨୧: କରୋନା ସଂକ୍ରମଣ କମିବା ପରେ ଭକ୍ତଙ୍କ ପାଇଁ ଖୋଲିଛି ଭଗବାନଙ୍କ ଦୁଆର । ଆଜିଠୁ ଖୋଲିଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ୍ କଟକଣାରେ ସକାଳ ୬ଟାରେ ସର୍ବସାଧାରଣ ଦର୍ଶ ପାଇଁ ମନ୍ଦିର ଖୋଲିଛି ।

ଦିନରେ ଦୁଇଟି ପର୍ଯ୍ୟାୟରେ ମା’ଙ୍କ ଦର୍ଶନ କରିପାରିବେ ଭକ୍ତ । ପ୍ରଥମେ ସକାଳ ୬ଟାରୁ ସାଢ଼େ ୧୧ଟା ଯାଏ ଦର୍ଶନ ବ୍ୟବସ୍ଥା ହୋଇଛି । ସେହିପରି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ୩୦ ଯାଏ ମା’ ସମଲେଶ୍ୱୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ସର୍ବସାଧାରଣ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଜାରି କରିଛି ଏସଓପି । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିରରେ ଗୋଟିଏ ପ୍ରବେଶ ଓ ଗୋଟିଏ ପ୍ରସ୍ଥାନ ଦ୍ୱାର ରହିବ । ବନ୍ଦ ରହିବ ଅନ୍ୟ ଦ୍ୱାର । ପ୍ରବେଶ ପଥରେ ଶ୍ରଦ୍ଧାଲୁଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ହାତ ସାନିଟାଇଜ୍‌ ପରେ ମନ୍ଦିରରେ ପ୍ରବେଶ କରିବେ । ଶୃଙ୍ଖଳିତ ଦର୍ଶନ ଓ ସାମାଜିକ ଦୂରତା ରକ୍ଷା ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି ।

Show More
Back to top button