ଧର୍ମରାଜ୍ୟ

୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର

ସତ୍ୟଶିଖା(ଯାଜପୁର) ୦୨.୦୮ .୨୦୨୧:   ସାରା ରାଜ୍ୟରେ କୋଭିଡ୍ କଟକଣା ଯୋଗୁଁ ସମସ୍ତ ମନ୍ଦିର ଦୀର୍ଘ ଦିନ ହେବ ବନ୍ଦ ରହିଥିଲା । ଯେଉଁଥିରେ ମନ୍ଦିର ସେବାୟତ ଓ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ସେବାୟତମାନେ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ । ସାରା ରାଜ୍ୟରେ କୋଭିଡର ଗାଇଡଲାଇନ୍ ମାନି ଦୋକାନ ବଜାର ଖୋଲିବାଠୁ ଆରମ୍ଭ କରି ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଥିଲା ।

ତେବେ ମନ୍ଦିର ଖୋଲିବାକୁ ଦାବି କରିଥିଲେ ମନ୍ଦିର ସେବାୟତ। ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ଦାବି ନେଇ ଆସିଥିଲେ ମନ୍ଦିର ସେବାୟତ । ଆଶା ରଖିଥିଲେ ଜିଲ୍ଲାପାଳ ତାଙ୍କର ଏହି ଦାବିକୁ ରକ୍ଷା କରି ମନ୍ଦିର ଖୋଲିବାକୁ ଅନୁମତି ଦିଆଯିବ । ଯେଉଁଥିରେ ଆଜି ତାଙ୍କ ଦାବିକୁ ନେଇ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।  ତେବେ ଆସନ୍ତା ୪ ତାରିଖ ବୁଧବାର ଦିନ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ।  ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମନ୍ଦିର ସେବାୟତ ।

Show More
Back to top button