

ସତ୍ୟଶିଖା (ଭୁବନେଶ୍ୱର ) ୨୬.୦୨.୨୦୨୩ : ଏଥର ତାତିରୁ ମିଳିବନି ନିସ୍ତାର । ରାଜ୍ୟରେ ମାର୍ଚ୍ଚରୁ ତାପମାତ୍ର ଛୁଁଇବ ୪୦ ଡିଗ୍ରୀ । ଫେବ୍ରୁଆରିରୁ ହିଁ ରାଜଧାନୀରେ ତାପମାତ୍ରା ୩୮ ଛୁଇଁଲାଣି । ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହୁଛି ।
ମାର୍ଚ୍ଚ ପହିଲା ଯାଏ ରାଜ୍ୟ ଓ ରାଜଧାନୀରେ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ଏଲନିନୋ ପ୍ରଭାବ ରହିବା ନେଇ ମଧ୍ୟ ଆକଳନ କରାଯାଉଛି। ଏଲନିନୋ ଯୋଗୁଁ ଖରା ମଧ୍ୟ ବେଶ ଅଧିକ ରହିବ ।
ସେପଟେ ଆଜି ଉପକୂଳବର୍ତ୍ତି ଅଞ୍ଚଳରେ ଘନ କୁହୁଡ଼ି ହେବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସକାଳୁ ସକାଳୁ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।