ସତ୍ୟଶିଖା ୨୬/୦୧/୨୦୨୧ : ମଧ୍ୟପ୍ରଦେଶ ପନ୍ନାରେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ସ୍କୁଲ ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଗରିବ ପରିବାରର । ଏମିତିକି ତାଙ୍କ ଘରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ନାହିଁ । ପୀଡିତାଙ୍କ ବାପା ଏ ନେଇ ଅଜୟଗଢ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।
ପୀଡିତାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ନାବାଳିକାଙ୍କୁ ୫୦ ବର୍ଷ ବୟସ୍କ ସରକାରୀ ସ୍କୁଲର ଜଣେ ଶିକ୍ଷକ ଦୁଷ୍କର୍ମ କରିଛନ୍ତି । ନାବାଳିକା ଜଣଙ୍କ ତାଙ୍କ ସାନ ଭାଇଙ୍କୁ ଡାକିବା ପାଇଁ ଶିକ୍ଷକଙ୍କ ଘରକୁ ଯାଇଥିଲେ । ସଂପୃକ୍ତ ଶିକ୍ଷକଙ୍କ ଘରେ ତାଙ୍କ ଭାଇ ଟିଭି ଦେଖୁଥିଲେ । ଶିକ୍ଷକ ଜଣଙ୍କ ନାବାଳିକାଙ୍କ ସାନ ଭାଇକୁ ଘରକୁ ପଠାଇଦେଲେ ଏବଂ ନାବାଳିକାଙ୍କୁ ବାହାନା ଦେଖାଇ ସେଠାରେ ରଖି ଦୁଷ୍କର୍ମ କରିଥିଲେ ।
ଘରକୁ ଫେରି ପୀଡିତା ନାବାଳିକା ଘଟଣା ସଂପର୍କରେ ବାପା-ମାଙ୍କୁ ଜଣାଇଥିଲେ । ଏହାପରେ ନାବାଳିକାଙ୍କ ବାପା ଗ୍ରାମବାସୀଙ୍କ ସହ ଯାଇ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।