ଅପରାଧରାଜ୍ୟ

ଟ୍ୟାକ୍ସ ସଂଗ୍ରହ କର୍ମଚାରୀ ଭିଜିଲାନ୍ସ ପଞ୍ଝାରେ

ସତ୍ୟଶିଖା (ଖୋର୍ଦ୍ଧା) ୨୧.୧୨.୨୦୨୦ : ଭିଜିଲାନ୍ସ ଜାଲରେ ପୌର ପରିଷଦ ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଖୋର୍ଦ୍ଧା ପୌର ପରିଷଦ ଟ୍ୟାକ୍ସ ସଂଗ୍ରହ କର୍ମଚାରୀ ସଦାଶିବ ସ୍ଵାଇଁଙ୍କ ଘରେ ରେଡ଼ କରାଯାଉଛି । ଏକାସାଙ୍ଗେ ବାସଭବନ ସମତେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ପୌର ପରିଷଦ ଟ୍ୟାକ୍ସ ସଂଗ୍ରହ କର୍ମଚାରୀ ସଦାଶିବ ସ୍ବାଇଁଙ୍କ ଘରେ ରେଡ୍‌ କରାଯାଇଛି । ଏକାସାଙ୍ଗେ ଭିଜିଲାନ୍ସର କିଛି ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଛି ।  ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା ବାସଭବନ ଏବଂ  ସରକାରୀ ଜମିରେ କରିଥିବା ଘରେ ମଧ୍ୟ ଚଢ଼ାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

Show More
Back to top button