ସେପ୍ଟେମ୍ବର 21 ରୁ ଖୋଲିବ ତାଜମହଲ l


ସତ୍ୟଶିଖା ( ନୂଆଦିଲ୍ଲୀ ) ୮.୦୯.୨୦୨୦ : କରୋନା ମହାମରୀ ନେଇ ଦେଶରେ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ଏବେ ଧୀରେ ଧୀରେ ସବୁଠି ପ୍ରାୟ ଲୋକଙ୍କ ବୁଲିବା ପାଇଁ ଅନୁମତି ଦିଆଗଲାଣି । ମାର୍ଚ୍ଚ 17 ରୁ ବନ୍ଦ ଥିବା ତାଜମହଲ ଏବଂ ଆଗ୍ରା ଦୁର୍ଗ ସେପ୍ଟେମ୍ବର 21 ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ବୋଲି ଜଣାପଡିଛି । ଏ ନେଇ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ବସନ୍ତ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆମେ 21 ସେପ୍ଟେମ୍ବରରୁ ଦର୍ଶକଙ୍କ ପାଇଁ ତାଜମହଲ ଏବଂ ଆଗ୍ରା ଦୁର୍ଗ ଖୋଲିବାକୁ ଯାଉଛୁ । ତାଜମହଲ ପାଇଁ ଦର୍ଶକଙ୍କ ସଂଖ୍ୟା 5 ହଜାର ଏବଂ ଆଗ୍ରା ଦୁର୍ଗ ପାଇଁ 2500 ଦର୍ଶକ ଙ୍କୁ ଅନୁମତି ମିଳିବ । କେବଳ ଅନଲାଇନରେ ଟିକେଟ ବୁକ୍ କରାଯିବ । କୌଣସି ଯାତ୍ରୀଙ୍କ ପାଇଁ ଟିକେଟ କାଉଣ୍ଟର ସୁବିଧା ବର୍ତ୍ତମାନ ରହିବ ନାହିଁ ।
ଅନଲକ୍ -4 ଗାଇଡଲାଇନ ଅନୁଯାୟୀ, ସେପ୍ଟେମ୍ବର 1 ରୁ ସିକଚନ୍ଦ୍ର, ଫତେହପୁର ସିକ୍ରି ଏବଂ ଏଟାମାଡୁଡୁଲା ସମେତ ଛୋଟ ସ୍ମାରକୀ ଖୋଲାଯାଇଥିଲା । ଏବେ ତାଜମହଲ 21 ସେପ୍ଟେମ୍ବରରୁ ଖୋଲିବାକୁ ଯାଉଛି । ତାଜମହଲରେ ପ୍ରବେଶ ପାଇଁ କରୋନା ନିୟମ ପାଳନ କରିବାକୁ ହେବ । ମାସ୍କ , ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଫେବୃଆରୀ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଜମହଲ ପରିଦର୍ଶନ କରିଥିଲେ । ଏହାପର ଠୁ କରୋନା ମହାମରୀ ବୃଦ୍ଧି ହେବାରୁ ପରବର୍ତୀ ପର୍ଯ୍ୟାୟ ରେ ତାଜମହଲ କୁ ବନ୍ଦ କରିବାକୁ ଯୋଗୀ ସରକାର ନିଷ୍ପତି ନେଇଥିଲେ ।